ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ ନବୀନ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ ନବୀନ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ ନବୀନ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ନିର୍ମାଣ କାର୍ଯ୍ୟକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସେ ସଂପୂର୍ଣ୍ଣ ପ୍ରକଳ୍ପ ନେଇ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି ।

ପ୍ରକଳ୍ପ ଅଞ୍ଚଳକୁ ରଙ୍ଗବେରଙ୍ଗ ଗଛରେ ସଜାଯାଇଥିବା ବେଳେ ଆଲୋକିକରଣ କରାଯାଇଛି । ସମ୍ପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି । ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ସ୍ଥାନୀୟ ଲୋକ ମଧ୍ୟ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ନିଶ୍ଚିତ ଭାବେ ଚିତାକର୍ଷକ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।
ଉଲ୍ଲେଖଥାଉ କି, ଆଜି (ଗୁରୁବାର) ବିଦେଶ ଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ଦୁବାଇରେ ନିବେଶକଙ୍କୁ ନିମନ୍ତ୍ରଣ ଦେବା ପରେ ଆଜି ନିଜ ମାଟିକୁ ଫେରିବେ ନବୀନ । ଦୁବାଇରୁ ଫ୍ଲାଇଟ୍ ଯୋଗେ ଦିଲ୍ଲୀ ପରେ ସେଠାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ବିଦେଶଗସ୍ତ ସମୟରେ ସବୁଠି ନବୀନଙ୍କ କ୍ରେଜ ଦେଖବାକୁ ମିଳିଛି ।












Click it and Unblock the Notifications