For Quick Alerts
Turn On Notification  
For Daily Alerts
Oneindia App Download

ଅଗଷ୍ଟ ପହିଲାରେ ନିଯୁକ୍ତି ପାଇବେ 6891 ଶିକ୍ଷକ, କଳିଙ୍ଗ ଷ୍ଟାଡିୟମରେ ଗୁରୁମନ୍ତ୍ର ଦେବେ ନବୀନ

ଅଗଷ୍ଟ ପହିଲାରେ ରାଜ୍ୟରେ ନିଯୁକ୍ତି ପାଇବେ 6891 ଶିକ୍ଷକ । କଳିଙ୍ଗ ଷ୍ଟାଡିୟମରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ । ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

|

ଭୁବନେଶ୍ୱର: ଅଗଷ୍ଟ ପହିଲାରେ ରାଜ୍ୟରେ ନିଯୁକ୍ତି ପାଇବେ 6891 ଶିକ୍ଷକ । କଳିଙ୍ଗ ଷ୍ଟାଡିୟମରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ । ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏନେଇ ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

CM Naveen

ମନ୍ତ୍ରୀ କହିଛନ୍ତି ଯେ, ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତି । ଦ୍ଵିତୀୟ ପର୍ଯ୍ୟାୟରେ 6891 ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ଆର୍ଟସ, ସାଇନ୍ସ, ହିନ୍ଦୀ, ସଂସ୍କୃତ, ପିଇଟି, ଟିଜିଟି ଓ ତେଲୁଗୁ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ରାଜ୍ୟରେ 11 ହଜାର 403 ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ଏହା ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି । ସିବିଟି ମାଧ୍ୟମରେ ଶିକ୍ଷକଙ୍କ ଦକ୍ଷତା ଅନୁଯାୟୀ ଥିବା ଶିକ୍ଷକଙ୍କୁ ଚୟନ କରାଯାଇଥିବା ବେଳେ ତିନି ପର୍ଯ୍ୟାୟରେ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଛି । ନିଯୁକ୍ତି ପ୍ରକ୍ରିୟାରେ ପିଲାମାନେ ସେମାନଙ୍କ ଇଚ୍ଛା ମୁତାବକ ଜିଲ୍ଲା ଚୟନ କରିଛନ୍ତି । ନିଯୁକ୍ତି ପାଇବାକୁ ଥିବା ଶିକ୍ଷକଙ୍କ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଶିକ୍ଷକଙ୍କର ନିଯୁକ୍ତି ପାଇଁ ଜିଲ୍ଲାୱାରୀ ଏବଂ ସ୍କୁଲ ସ୍ତରରେ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି ।

ତେବେ ସମସ୍ତ ଶିକ୍ଷକଙ୍କ ଯାତାୟତ ସୁବିଧା ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀମାନେ ବ୍ୟବସ୍ଥା କରିବେ । ସମସ୍ତ ଶିକ୍ଷକ ୟୁନିଫର୍ମରେ ଭୁବନେଶ୍ବର ଆସିବେ । ଏଥିରେ ପ୍ରବେଶ ପାଇଁ ସେମାନଙ୍କୁ ଏକ ଅସ୍ଥାୟୀ ପରିଚୟ ପତ୍ର ଦିଆଯିବ । ଜିଲ୍ଲା ସ୍ତରରେ ଡିଇଓମାନେ ଏହାର ସମସ୍ତ ଦାୟିତ୍ଵ ବହନ କରିବେ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏନେଇ ବିସ୍ତୃତ ମାର୍ଗଦର୍ଶିକା ଡିଇଓମାନଙ୍କୁ ଜାରି କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM Naveen to Join in Orientation Programme for Newly Appointed Teachers at Kalinga Stadium
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X