କ୍ଲାସ ରୁମରେ ପିଲାଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ: ସ୍ମାର୍ଟ ସ୍କୁଲ ରୂପାନ୍ତରଣର କଲେ ଅନୁଧ୍ୟାନ

ସ୍ମାର୍ଟ କ୍ଲାସରେ ବସିଲେ, ପିଲାଙ୍କ ସହ କଥା ହେଲେ । ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି । ହିଞ୍ଜିଳିକାଟୁ ସରକାରୀ ହାଇସ୍କୁଲ ବୁଲି ଦେଖିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ

ବ୍ରହ୍ମପୁର: ସ୍ମାର୍ଟ କ୍ଲାସରେ ବସିଲେ, ପିଲାଙ୍କ ସହ କଥା ହେଲେ । ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି । ହିଞ୍ଜିଳିକାଟୁ ସରକାରୀ ହାଇସ୍କୁଲ ବୁଲି ଦେଖିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି । କିଭଳି ପାଠପଢ଼ା ହେଉଛି ପଚାରି ବୁଝିଛନ୍ତି ସେ ।

CM Naveen

ସ୍କୁଲରେ ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ଲାବୋରେଟୋରୀ ଓ ଲାଇବ୍ରେରୀକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସ୍କୁଲ ଭିଜିଟର୍ସ ବୁକରେ ନିଜର ବାର୍ତା ଦେଇଛନ୍ତି । ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ସରକାରୀ ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ । ସ୍ମାର୍ଟ ହେଉଛି ରାଜ୍ୟର ବଛାବଛା ସରକାରୀ ସ୍କୁଲ । ଗଞ୍ଜାମ ଜିଲ୍ଲାରେ ମୋଟ୍ ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି ।

କ୍ଲାସରୁମରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ତାଙ୍କର ଫଟୋ ଚିତ୍ର ଉପହାର ଦେଇଥିଲେ । ଫଟୋ ଚିତ୍ର ଉପହାର ପାଇ ମୁଖ୍ୟମନ୍ତ୍ରୀ କହିଥିଲେ ବହୁତ ବଢ଼ିଆ ହୋଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ହାଇସ୍କୁଲ ରୂପାନ୍ତରିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+