ସୋମବାର ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବେ ନବୀନ
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗସ୍ତ କରିବେ । ଏହି ଅବସରରେ ଜିଲ୍ଲାବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ 3ଶହ କୋଟି ଟଙ୍କା ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ।
ଭୁବନେଶ୍ୱର: ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ଯୋଡି ହେବ କନ୍ଧମାଳ ଜିଲ୍ଲା । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗସ୍ତ କରିବେ । ଏହି ଅବସରରେ ଜିଲ୍ଲାବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ 3ଶହ କୋଟି ଟଙ୍କା ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ । ଏଥିରେ ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ ଲାଭ ପାଇବେ ।

ସୋମବାର ଫୁଲବାଣୀ ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ଯୋଗ ଦେବେ । ଦିନ 11ଟା ବେଳେ ସେ ଷ୍ଟାଡିୟମରେ ପହଞ୍ଚିବେ । 11ଟା 30 ମିନିଟରୁ 12ଟା 25 ମିନିଟ ଭିତରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟିବା ସହ ଅନ୍ୟ କାର୍ଯ୍ୟ ଶେଷ କରି ଫେରିଯିବେ ମୁଖ୍ୟମନ୍ତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ସ୍ଥିତି ପରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ସୁରକ୍ଷାକୁ ନଜରରେ ରଖି ମୁତୟନ ହେବେ ୧୩ ପ୍ଲାଟୁନ ପୋଲିସ ଫୋର୍ସ । ଅନୁଗୋଳ, ଢେଙ୍କାନାଳ ପରେ ଏବଂ କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।












Click it and Unblock the Notifications