ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା: ସଂକ୍ରମଣ ବଢିଲେ ହେବ ମିନି କଣ୍ଟେନମେଣ୍ଟ ଜୋନ୍‌, ନାଇଟକର୍ଫ୍ୟୁ ନେଇ ହୋଇନି କୌଣସି ନିଷ୍ପତି

ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଆଜି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ ଓ ଏସପିଙ୍କ ସହ ଆଲୋଚନା ପରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଆଜି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ ଓ ଏସପିଙ୍କ ସହ ଆଲୋଚନା ପରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen

ସେହିପରି ରାଜ୍ୟରେ ଆରଟିପିସିଆର ଟେଷ୍ଟ୍‌ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆରଟିପିସିଆର ଟେଷ୍ଟ୍‌ ପାଇଁ ଜିଲ୍ଲା ସ୍ତରରେ ଆବଶ୍ୟକତା ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢିବ। ଏହାସହ ସମସ୍ତ ଆକ୍ରାନ୍ତଙ୍କ କରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ନବୀନ କହିଛନ୍ତି।

ତେବେ ନିର୍ଧିଷ୍ଟ ସ୍ଥାନରେ ସଂକ୍ରମଣ ବଢିଲେ ମିନି କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା କରାଯିବ। ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ନାଇଟ କର୍ଫ୍ୟୁକୁ ନେଇ ବୈଠକରେ କୌଣସି ନିଷ୍ପତି ହୋଇନଥିବା ସୂଚନା ମିଳିଛି ।

ଏହାବାଦ୍ ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଗାଇଡଲାଇନ ଅନୁସାରେ, ସେମାନଙ୍କ ଟେଷ୍ଟ୍‌ କରାଯିବ। କରୋନା ନିୟମ ପାଳନ ହେଉଛି କି ନାହିଁ ସେନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବ ପୋଲିସ ବୋଲି ସୂଚନା ମିଳିଛି। ବଜାର, ଧର୍ମାନୁଷ୍ଠାନ ଓ ବିବାହ କାର୍ଯ୍ୟରେ ସରକାରଙ୍କ ସତର୍କ ଦୃଷ୍ଟି ରଖାଯାଇଛି। ସହରାଞ୍ଚଳରେ ସମ୍ବେଦନଶୀଳ ଅଂଚଳ ଉପରେ ତୀକ୍ଷ୍ମ ନଜର ପ୍ରସ୍ତାବ ରହିଛି। କେବଳ ଏତିକି ନୁହେଁ ବରଂ ହୋଲି ଲାଗି SRCଙ୍କ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+