ନବ ଦାସଙ୍କ ମୃତ୍ୟୁ ଖବର ପାଇ ଆପୋଲୋରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଆପୋଲୋରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ଆପୋଲୋରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଏହି ରିପୋର୍ଟ ଲେଖାଯିବାର ଠିକ୍ କିଛି ସମୟ ପୂର୍ବରୁ ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଯାଇଛି ।

Naba Dass Death News

ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଶେଷରେ ଉଡିଗଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରାଣବାୟୁ । ନବ ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଆଜି ସନ୍ଧ୍ଯା 7.40ରେ ଆପୋଲୋ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମୃତ ଘୋଷଣା କରାଯାଇଛି। ନବ ଦାସଙ୍କ ଚିକିତ୍ସା ଅବସ୍ଥାରେ ପ୍ରାଣବାଯୁ ଉଡି ଯାଇଛି।

ମୃତ୍ୟୁ ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ଵିତୀୟ ଥର ଲାଗି ଆଜି ଆପୋଲୋ ହସ୍ପିଟାଲରେ ପହଞ୍ଚି ଥିଲେ। ସ୍ଵର୍ଗତ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ରାଜ୍ୟର ଅପୂରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି। ଏହିଭଳି ଘଟଣାରେ ସେ ଗଭୀର ମର୍ମାହତ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଉଲ୍ଲେଖଥାଉ କି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଜି ବ୍ରଜରାଜନଗର ଠାରେ ଗୁଳିମାଡ଼ ହୋଇଛି । ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି । ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ହେଉଛନ୍ତି ଗୋପାଳ ଦାସ । ସେ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗୋପାଳ ତାଙ୍କ ସର୍ଭିସ୍ ରିଭରବଲରୁ ମନ୍ତ୍ରୀ ନବ ଦାସଙ୍କୁ କାରରୁ ଓହ୍ଲାଇବା ବେଳେ ଗୁଳି କରିଥିଲେ । ମନ୍ତ୍ରୀଙ୍କ ଦେହରେ ୨ ରାଉଣ୍ଡ ଗୁଳି ବାଜିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+