ଆସନ୍ତାକାଲି ଭୁବନେଶ୍ୱରରେ ରୋଡ ସୋ' କରିବେ ନବୀନ, ଜାରି ହେଲା ଟ୍ରାଫିକ କଟକଣା
ଭୁବନେଶ୍ୱର: ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ' କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମେଗା ରୋଡ ସୋ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ପୁଣିଥରେ ଭୁବନେଶ୍ୱରରେ ରୋଡ ସୋ' କରିବେ ନବୀନ । କାଲି ଅପରାହ୍ନ ୪ରୁ ଭୁବନେଶ୍ୱର ର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକରେ ରୋଡ ସୋ ଶେଷ ହେବ ।
ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ପୁଲିସ କମିଶନରେଟ ଭୁବନେଶ୍ୱର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦ ଧାରା ୩୬ ଅନୁସାରେ, ଅପରାହ୍ଣ ୪ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ରହିବ କଟକଣା । ଏହି ସମୟରେ ଯାତାୟାତା ଉପରେ କଟକଣା ରହିବ ।

କାଲି ଅପରାହ୍ନ ୪ ଘଟିକା ଠାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ପୁନମା ଗେଟ ଫ୍ଲାଏ ଓଭର ବ୍ରିଜ, ପଳାଶପଲ୍ଲୀ ଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ରାସ୍ତା ଦେଇ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ ।
କୌଣସି ପ୍ରକାରର ଯାନବାହାନ ଖଣ୍ଡଗିରୀ ଛକ ପଟୁ ଜାଗମାର ଛକ ଆଡକୁ ଓ ଡେଲ୍ ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ ।












Click it and Unblock the Notifications