ମନରେଗା ହିତାଧିକାରୀଙ୍କ ମଜୁରୀ ସଠିକ ସମୟରେ ପ୍ରଦାନ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ମନରେଗା (ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ପ୍ରସଙ୍ଗରେ ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ମନରେଗା (ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ପ୍ରସଙ୍ଗରେ ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ନବୀନ ଚିଠିରେ ଲେଖିଛନ୍ତି ଯେ ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାର ଚାହୁଛନ୍ତି ଏବଂ ରାଜ୍ୟ ପାଣ୍ଠି (ଷ୍ଟେଟସ୍ ରିଭଲଭିଂ ଫଣ୍ଡ୍)ରୁ ଏହା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରଖିବାକୁ ଚାହୁଛନ୍ତି ।

PM Modi

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାର 'ରିଭଲଭିଙ୍ଗ ଫଣ୍ଡ' ଗଠନ କରିଛନ୍ତି । କେନ୍ଦ୍ର ଅନୁଦାନ ବିଳମ୍ବ ହେଲେ ରାଜ୍ୟ ଉକ୍ତ ପାଣ୍ଠିରୁ ଶ୍ରମିକଙ୍କୁ ମଜୁରୀ ଦିଏ । ଏହି ଫଣ୍ଡ ସହ କେନ୍ଦ୍ର ସରକାର ମନରେଗା ସଫ୍ଟେୱେରକୁ ସଂଯୁକ୍ତ କଲେ ଧାର୍ଯ୍ୟ ସମୟରେ ମନରେଗା ବାବଦ କେନ୍ଦ୍ରୀୟ ଅଂଶ ମିଳିବାରେ ଅସୁବିଧା ହୁଅନ୍ତା ନାହିଁ । ଏହାଦ୍ବାରା ରିଭଲଭିଙ୍ଗ ଫଣ୍ଡକୁ ପାଣ୍ଠିର ଅଭାବ ରହନ୍ତା ନାହିଁ। ଯାହା ଦ୍ୱାରା ମନରେଗା ହିତାଧିକାରୀଙ୍କୁ ଠିକ ସମୟରେ ମଜୁରୀ ମିଳିପାରିବ। ଏ ଦିଗରେ ରାଜ୍ୟର ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ଚିଠିରେ ନିବେଦନ କରିଛନ୍ତି ।

ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସଠିକ୍ କର୍ଯ୍ୟାନ୍ୱୟନ ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ସରକାର ମନରେଗାରେ ନିଯୁକ୍ତ ଶ୍ରମିକମାନଙ୍କୁ ଠିକ ସମୟରେ ଶତ ପ୍ରତିଶତ ମଜୁରୀ ପ୍ରଦାନ କରୁଛନ୍ତି। ତା ସହିତ ଏହାର ଲାଭ କିପରି ପ୍ରତ୍ୟେକ ହିତାଧିକାରୀ ପାଇପାରିବେ ସେନେଇ ମଧ୍ୟ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ସର୍ବଦା ରାଜ୍ୟକୁ ମନରେଗା ବାବଦ ଅର୍ଥ ପ୍ରଦାନ କରିବାରେ ବିଳମ୍ବ କରୁଛନ୍ତି। ଯାହା ଫଳରେ ଶ୍ରମିକଙ୍କୁ ସଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁନି। ତେଣୁ ଏହି ପ୍ରାପ୍ୟକୁ ସଠିକ୍ ସମୟରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି ।

ନବୀନ ଚିଠିରେ ଦର୍ଶାଇଛନ୍ତି, କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଅଧିକ କାମଧନ୍ଦା ଯୋଗାଇବାକୁ କେନ୍ଦ୍ର ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲା । ରାଜ୍ୟଗୁଡ଼ିକ ଲୋକମାନଙ୍କୁ ଢେର ଅଧିକ କାମ ଯୋଗାଇବାରେ ସମର୍ଥ ହେଲେ । ମନରେଗା ଜବକାର୍ଡଧାରୀଙ୍କୁ ଠିକ୍ ସମୟରେ ମଜୁରୀ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ରିଭଲଭିଙ୍ଗ ଫଣ୍ଡ ଗଠନ କରି ୧ ହଜାର କୋଟିର ପାଣ୍ଠି ବରାଦ କରିଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଏଇଆ ଯେ, ଏ ପାଣ୍ଠିରୁ ଶ୍ରମିକଙ୍କ ମଜୁରୀ ବାବଦ ଟଙ୍କା ପୈଠ କରାଯିବ । କେନ୍ଦ୍ର ସରକାର ନିଜସ୍ବ ଭାଗ ପାଣ୍ଠ ଦେଲେ ଏହା ଭରଣା ହେବ । ମାତ୍ର କେନ୍ଦ୍ର ସରକାର ଏ ବାବଦରେ ପାଣ୍ଠି ବିଳମ୍ବରେ ଦେଉଛନ୍ତି । ତେଣୁ ଏ ଦିଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+