ସ୍ୱଳ୍ପ ପେନସନ୍ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ରାଜ୍ୟର ପେନସନ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର : ରାଜ୍ୟର ପେନସନ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱଳ୍ପ ପେନସନ୍ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କୁ ଚିଠି ଲେଖିଛନ୍ତି ନବୀନ । ରାଜ୍ୟରେ 1.62 ଲକ୍ଷ ପେନସନ୍ ହିତାଧିକାରୀ ଅଛନ୍ତି । ଅବସର ପାଇବା ପରେ ସେମାନେ ସଠିକ୍ ସମୟରେ ପେନସନ୍ ପାଇ ପାରୁନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେମାନଙ୍କ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ସମାଧାନ କରିବାକୁ ଚିଠି ମାଧ୍ୟମରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କୁ ଅନୁରୋଧ କରିଛନ୍ତି ନବୀନ । ଅବସରପାଇଥିବା କର୍ମଚାରୀମାନେ ଦେଶ ପାଇଁ ମୁଲ୍ୟବାନ ସମୟ ଦେଇଛନ୍ତି । ଏବେ ସେମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଦରକାର ବୋଲି ଚିଠିରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।












Click it and Unblock the Notifications