ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ନବୀନଙ୍କ ଚିଠି, ଇଚ୍ଛା ଡ୍ୟାମ କାମ ଖୁବଶୀଘ୍ର ସାରିବାକୁ ଅନୁରୋଧ
ଇଚ୍ଛା ଡ୍ୟାମ ଓ ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି ।
ଭୁବନେଶ୍ୱର: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଚ୍ଛା ଡ୍ୟାମ ଓ ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ତେବେ ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ପାଣି ଦେଉଥିବାରୁ ନବୀନ ଧନ୍ୟବାଦ ଦେଇଛନ୍ତି ।

ସେପଟେ ଝାଡ଼ଖଣ୍ଡ ସରକାର ନିର୍ମାଣ କରୁଥିବା ଇଚ୍ଛା ଡ୍ୟାମ୍ କାର୍ଯ୍ୟ ସରିଲେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉପଯୋଗୀ ହୋଇପାରିବ । ଡ୍ୟାମ କାର୍ଯ୍ୟରେ ଓଡ଼ିଶା ସରକାର ସହଯୋଗ କରୁଛନ୍ତି । ୨୦୧୬ ଦର ଅନୁସାରେ ଓଡ଼ିଶା ୧୨୦୮ କୋଟି ଟଙ୍କା ଝାଡ଼ଖଣ୍ଡ ସରକାରଙ୍କୁ ଦେବେ । ଇତିମଧ୍ୟରେ ଓଡ଼ିଶା ୧୦୨୬.୯୧ କୋଟି ଟଙ୍କା ଝାଡ଼ଖଣ୍ଡକୁ ଦେଇସାରିଛି ।

ଝାଡ଼ଖଣ୍ଡ ଖୁବଶୀଘ୍ର ଇଚ୍ଛା ଡ୍ୟାମ କାର୍ଯ୍ୟ ସାରିଲେ ଉଭୟ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ଚାନ୍ଦିଲି ଡ୍ୟାମରେ ମୌସୁମୀ ବର୍ଷା ଜଳକୁ ସ୍ୱାଭାବିକ ପରିମାଣରେ ଗଚ୍ଛିତ ରଖିଲେ ବନ୍ୟା ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।












Click it and Unblock the Notifications