Get Updates
Get notified of breaking news, exclusive insights, and must-see stories!

ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୮ କିଲୋମିଟର ପର୍ଯ୍ୟନ୍ତ କରିବେ ରୋଡ଼ ସୋ

ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୮ କିଲୋମିଟର ପର୍ଯ୍ୟନ୍ତ କରିବେ ରୋଡ଼ ସୋ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

naveen patnaik

ଭୁବନେଶ୍ୱର: ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼, ନୂଆପଡ଼, କଳାହାଣ୍ତି ଜିଲ୍ଲା ଗସ୍ତ କରିବା ସହ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ତାଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସକାଳ ୧୦.୩୦ରେ ପଦମପୁର ସତୀଭଟ୍ଟା ଏଆରଷ୍ଟ୍ରିପରେ ପହଁଚିବେ ମୁଖ୍ୟମନ୍ତ୍ରୀ । ହଳଦୀପାଲି ଅସ୍ଥାୟୀ ହେଲିପ୍ୟାଡରେ ପହଁଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୨୧୭ କୋଟି ଟଙ୍କାର ୨୩୪ ପ୍ରକଳ୍ପର ଶିଳନ୍ୟାସ ଓ ଭିତ୍ତି ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ୧୧ ଟା ୪୫ ମିନିଟରେ ସାହେଲାରୁ ଘେଁସ ପର୍ଯ୍ୟନ୍ତ ପ୍ରାୟ ୧୮ କିଲୋମିଟର ପର୍ଯ୍ୟନ୍ତ ରୋଡ଼ ସୋ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ଏବଂ ସହିଦ କୁଞ୍ଜଳ ସିଂହ ନାମରେ ନିର୍ମିତ ଉଦ୍ୟାନର ଶିଳାନ୍ୟାସ କରିବେ ।

ଏହା ପରେ ଏକ ସାଧାରଣ ସଭାରେ ଯୋଗ ଦେଇ ଓଡ଼ିଶା ଲାଇଫ୍ ଲାଇନ୍ କୁହାଯାଉଥିବା ବିଜୁ ଏକ୍ସପ୍ରେସ ୱେର ଲୋକର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ବିଜୁ ଇଣ୍ତୋର ଷ୍ଟାଡିୟମ ସହ ଅନେକ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ମୁଖ୍ୟମନ୍ତ୍ରୀ ସେଠାରୁ କଳାହାଣ୍ତି ଗସ୍ତରେ ଯିବେ ଯେଉଁଠି ଏକ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ପରେ ଆମ୍ବେପାଣିଠାରୁ ଧର୍ମଗଡ଼ରୁ ସିନାପାଲି ପର୍ଯ୍ୟନ୍ତ ନିର୍ମିତ ବିଜୁ ଏକ୍ସପ୍ରେସ ୱେର ଲୋକର୍ପଣ କରିବେ ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+