ନିବେଶକଙ୍କୁ ନିମନ୍ତ୍ରଣ ଦେବା ପରେ ଆଜି ବିଦେଶ ଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ
ଆଜି (ଗୁରୁବାର) ବିଦେଶ ଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ଦୁବାଇରେ ନିବେଶକଙ୍କୁ ନିମନ୍ତ୍ରଣ ଦେବା ପରେ ଆଜି ନିଜ ମାଟିକୁ ଫେରିବେ ନବୀନ ।
ଦୁବାଇ: ଆଜି (ଗୁରୁବାର) ବିଦେଶ ଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ଦୁବାଇରେ ନିବେଶକଙ୍କୁ ନିମନ୍ତ୍ରଣ ଦେବା ପରେ ଆଜି ନିଜ ମାଟିକୁ ଫେରିବେ ନବୀନ । ଦୁବାଇରୁ ଫ୍ଲାଇଟ୍ ଯୋଗେ ଦିଲ୍ଲୀ ପରେ ସେଠାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ବିଦେଶଗସ୍ତ ସମୟରେ ସବୁଠି ନବୀନଙ୍କ କ୍ରେଜ ଦେଖବାକୁ ମିଳିଛି ।

ୟୁରୋପ ମହାଦେଶରେ ପ୍ରବାସୀ ଓଡ଼ିଆଙ୍କ ସହିତ ହେଉ କି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ସାମଗ୍ରୀକ ବିକାଶର ଚିତ୍ର ହେଉ । ସବୁଠି ଦେଖିବାକୁ ମିଳିଛି ନବୀନଙ୍କ ସ୍ୱତନ୍ତ୍ର ଛାପ । ଭାର୍ଟିକାନ ସିଟିରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୋପଙ୍କୁ ସାକ୍ଷାତ କରିଥିଲେ । ଦୁବାଇରେ ସଫଳତାର ସହିତ ଆୟୋଜିତ ହୋଇଛି ଓଡିଶା ଇନଭେଷ୍ଟର୍ସ ମିଟ୍ ।
ଭୁବନେଶ୍ୱରରେ ଡିସେମ୍ବର ମାସରେ ହେବାକୁ ଯାଉଥିବା ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟର ନିବେଶକଙ୍କୁ ନିମନ୍ତ୍ରଣ କରିଛନ୍ତି। ମେକ ଇନ ଓଡ଼ିଶା ଦୁବାଇ ଚାପ୍ଟରରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିବାବେଳେ ଏହାଦ୍ୱାରା ରାଜ୍ୟରେ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେବେ ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶଗସ୍ତ ଅନେକ ଗୁରୁତ୍ୱ ବହନ କରିଥିବାବେଳେ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିଛି ।












Click it and Unblock the Notifications