ଆଜି ୪୦୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ପୁଣି ଥରେ ରାଜ୍ୟ ସରକାର ୪୦୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଲଗାତର ଭାବେ ରାଜ୍ୟ ସରକାର ନିଯୁକ୍ତି ପର୍ବ କରି ଏହି ଚାକିରୀ ପ୍ରଦାନ କରିଆସୁଛି । ଆଜି ମଧ୍ୟ ସେହି କ୍ରମରେ ନୂଆ ନିଯୁକ୍ତି ପ୍ରଦାନ କରାଯିବ ।

ଏହା ଆଜି ଅପରାହ୍ନରେ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜନ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନୂତନ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ । କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅଧୀନରେ ୪୦୬ଜଣଙ୍କୁ ମୁଖ୍ୟମନ୍ତ୍ରୀ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ।
ଏଥିରେ ୨୬୧ଜଣ ସହକାରୀ କୃଷି ଅଧିକାରୀ, ୧୦୨ଜଣ ସହକାରୀ କୃଷି ଯନ୍ତ୍ରୀ ଏବଂ ୪୩ଜଣ ବିହନ ଉତ୍ପାଦନ ଓ ବିପଣନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ନିକଟରେ ୩ ବିଭାଗରେ ୧୮୧ ଜଣଙ୍କୁ ମିଳିଛି ନୂଆ ନିଯୁକ୍ତି ।












Click it and Unblock the Notifications