ଆଜି ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ, ଉଦଘାଟନ କରିବେ ବିର୍ସାମୁଣ୍ତା ଆଥଲେଟିକ ଷ୍ଟାଡିୟମ

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ କରିବେ ବିର୍ସାମୁଣ୍ତା ଆଥଲେଟିକ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ସର୍ବାଧିକ ୧୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି ।

CM Naveen Patnaik

ଭୁବନେଶ୍ୱର: ଆଜି ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ କରିବେ ବିର୍ସାମୁଣ୍ତା ଆଥଲେଟିକ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ସର୍ବାଧିକ ୧୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ଯେଉଁଠାରେ ଫୁଟବଲ୍, ଆଥଲେଟିକ୍ ଟ୍ରାକ୍, ସୁଇମିଂ ପୁଲ୍, କମ୍ପ୍ଲେକ୍ସ ଏବଂ ୧୮୦ଟି କାର ପାର୍କିଂ ବିଶିଷ୍ଟ ମଲଟି ଲେବୁଲ କାର ପାର୍କିଂର ଲୋକର୍ପଣ କରାଯିବ ।

ସୂଚନା ଅନୁସାରେ, ଆଜି ୫ ଟା ୨୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୫.୫୦ ମିନିଟରେ ୱାର୍ଲଡ କପ ଭିଲେଜ ଆସି ବିର୍ସାମୁଣ୍ତା ଆଥଲେଟିକ ଷ୍ଟାଡିୟମର ଉଦଘାଟନ କରିବା ସହ ଜିଲ୍ଲାର ବିକାଶ ପାଇଁ ୯୦୦ କୋଟି ଟଙ୍କାର ୬୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଜିଲ୍ଲାରେ ନିର୍ମିତି ବିଭିନ୍ନ ତାଲିମ କେନ୍ଦ୍ରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଏହା ସହ ଏଚଆଇ ଅଫିସିଆଲ୍ସଙ୍କୁ ସମ୍ମାନିକ କରିବେ ନବୀନ । ଏହି ଅବସରରେ ବିର୍ସା ମୁଣ୍ତା ହକି ଷ୍ଟାଜିୟମ ପାଇଁ ଗିନିଜ ବୁକ ରେକର୍ଡ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ଆଜି ୱାର୍ଡ କପ ଭିଲେଜରେ ରାତ୍ରୀ ଯାପନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+