ଆସନ୍ତାକାଲି ରାଜ୍ୟର ଦୀର୍ଘତମ ‘ଟି-ସେତୁ’ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ସବୁଠୁ ଦୀର୍ଘତମ ସେତୁ ଟି ସେତୁ’ । ୨୦୧୪ ମସିହା ଫେବ୍ରୁଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କଟକ: କମିବ କଟକ ବଡ଼ମ୍ବା ଓ ନରସିଂହପୁରରୁ ବାଙ୍କି ଓ ଖୋର୍ଦ୍ଧାକୁ ଦୂରତା । ଯାତାୟାତ ହେବ ସୁଗମ । ଆସନ୍ତାକାଲି ଉଦଘାଟିତ ହେବ ରାଜ୍ୟର ସବୁଠୁ ଦୀର୍ଘତମ ସେତୁ ଟି ସେତୁ' । ୨୦୧୪ ମସିହା ଫେବ୍ରୁଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୩୧ କୋଟି ଟଙ୍କା ବ୍ୟୟରେ ଏହି ଦୀର୍ଘତମ ସେତୁର ନିର୍ମାଣ ଶେଷ ହୋଇଛି । ଆସନ୍ତାକାଲି ବିଦ୍ଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଏହାଦ୍ବାରା କଟକ ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲାର ଜନସାଧାରଣଙ୍କ ସମେତ ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ । ପ୍ରତିବର୍ଷ ବଡ଼ମ୍ବା ବ୍ଲକ ଗୋପୀନାଥପୁରରେ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହାନଦୀ ମଧ୍ୟରେ ୩ କିଲୋମିଟର ମାଟି ରାସ୍ତା ନିର୍ମାଣ ହେଉଥିଲା । ଏଥିପାଇଁ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ଏହି ସେତୁକୁ କାର୍ଯ୍ୟକ୍ଷମ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ।












Click it and Unblock the Notifications