ଆସନ୍ତାକାଲି BSKY ଡିଜିଟାଲ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲି BSKY (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) ଡିଜିଟାଲ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ମାଲକାନଗିରି ଜିଲ୍ଲାରୁ ଏହା ଆରମ୍ଭ ହେବ ।
ଭୁବନେଶ୍ୱର: ଆସନ୍ତାକାଲି BSKY (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) ଡିଜିଟାଲ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ମାଲକାନଗିରି ଜିଲ୍ଲାରୁ ଏହା ଆରମ୍ଭ ହେବ । ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ମାଲକାନଗିରିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି।

ସ୍ଥାନୀୟ ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଜିଲ୍ଲାରେ ମୋଟ ୧ ଲକ୍ଷ ୫୫ ହଜାର ୮୨୩ ହେଲଥ୍ କାର୍ଡ ବଣ୍ଟନ କରାଯିବ। ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏ ପ୍ରତିବର୍ଷ ସ୍ୱାସ୍ଥ୍ୟ ବୀମା ମିଳିପାରିବ। କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀ ରହିଥିବା ବେଳେ, ମାଲକାନଗିରି ବ୍ଲକରେ ୨୬ ହଜାର ୮୩୯, ମାଥିଲିରେ ୨୨ ହଜାର ୮୯୯, କୋରୁକୋଣ୍ଡାରେ ୧୮ ହଜାର ୫୫୦, ଚିତ୍ରକୋଣ୍ଡାରେ ୧୬ ହଜାର ୭୮୮, ଖଇରପୁଟରେ ୧୪ ହଜାର ୭୩୮, ପଡିଆ ବ୍ଲକରେ ୧୧ ହଜାର ୭୭୯, ମାଲକାନଗିରି ପୌର ପରିଷଦରେ 5୫ହଜାର ୧୭୩ ଏବଂ ବାଲିମେଳା ଏନଏସିରେ ୨ ହଜାର ୨୦୫ ହିତାଧିକାରୀ ଏହି ସୁବିଧା ପାଇବେ।
ଏଥିପଇଁ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଆସନ୍ତା ୨୧ରୁ ୨୫ ତାରିଖ ମଧ୍ୟରେ ସମସ୍ତ କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦକୁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।












Click it and Unblock the Notifications