ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ; ଅତ୍ୟାଧୁନିକ ସେବା ପାଇବେ ଯାତ୍ରୀ

ଭୁବନେଶ୍ୱର: ବାବା ସାହେବ ଭୀମ ରାଓ ଆମ୍ୱେଦକର ବସ୍‌‌ ଟର୍ମିନାଲ ଆଜି ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ଯାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ପ୍ରାୟ ୨୧୧ କୋଟି ଟଙ୍କା ଖର୍ଚ୍ଚରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ କରାଯାଇଛି ।

ଏହି ବସ୍‌ଷ୍ଟାଣ୍ଡରେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର, ଆହାରକେନ୍ଦ୍ର, ମିଲେଟ୍‌ କାଫେ, ରେଷ୍ଟୁରାଣ୍ଟ, ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା,ଏସ୍କାଲେଟ୍‌ର, ବସ୍‌ ଟିକେଟ୍‌ କାଉଣ୍ଟର ରହିଛି । ବସ୍‌ଷ୍ଟାଣ୍ଡରେ ପଶିବା ପରେ ଯାତ୍ରୀଙ୍କ ଯାଞ୍ଚ ପାଇଁ ହାଇ ସିକ୍ୟୁରିଟି ବ୍ୟାଗେ୍‌ଜ କାଉଣ୍ଟର ରହିଛି ।

ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ଷ୍ଟାଣ୍ଡ (BSABT) ବରମୁଣ୍ଡାର କୋଣ ଅନୁକୋଣରେ ହାଇଟେକ୍‌‌ ବ୍ୟବସ୍ଥା କରାଯାଇଛି। ଫୁଡ୍‌‌ କୋର୍ଟ ସହ ବୈଦ୍ୟୁତିକ ସିଡ଼ି, ଲିଫ୍ଟ ଲଗାଯାଇଛି । ଯାତ୍ରୀଙ୍କୁ ସୂଚନା ଲାଗି ଅତ୍ୟାଧୁନିକ ଏଲଇଡି ସ୍କ୍ରିନରେ ବସ୍‌‌ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବ। ଗାଁଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ସଦର ମହକୁମାକୁ ଯିବା ପାଇଁ ବସର ସମସ୍ତ ବିବରଣୀ ଏହି ଏଲ୍‌‌ଇଡି ସ୍କ୍ରିନରେ ପ୍ରଦାନ କରାଯିବ ।

CM Naveen Patnaik

ବସ୍‌ଷ୍ଟାଣ୍ଡ ଭିତରେ ହିଁ ମୋ ବସ୍‌ ସେବା ମିଳିବ । ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଟେକ୍ନୋଲଜିରେ ପରିଚାଳନା କରାଯିବ । ବସ୍‌ ଟର୍ମିନାଲ ଭିତରେ ପଶିବାଠୁ ଆରମ୍ଭ କରି ବାହାରିବା ପର୍ଯ୍ୟନ୍ତ ସବୁ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସିଷ୍ଟମ ପରିଚାଳନା କରିବ । ଏକ ଘରୋଇ କମ୍ପାନିକୁ ପରିଚାଳନା କରିବାକୁ ଦାୟିତ୍ୱ ଦିଆଯାଇଛି ।

ଜରୁରୀକାଳୀନ ସେବା ପାଇଁ ଟର୍ମିନାଲ ଭିତରେ ମେଡିକାଲ ଆଉଟ୍‌ ପୋଷ୍ଟ ଖୋଲାଯାଇଛି । ସକାଳ ୭ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଏହା ଖୋଲା ରହିବ । ଏଥିରେ ଜଣେ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍‌ ରହିବେ । ସେହିପରି ଦିବ୍ୟାଙ୍ଗ ପାଇଁ ଷ୍ଟ୍ରେଚର ବ୍ୟବସ୍ଥା ରହିଛି ।

ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି), ମୋ ବସ୍‌ ଓ ଘରୋଇ ବସ୍‌ ମାଲିକ ସଂଘ ପାଇଁ ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର ଖୋଲିବ । ଏହା ସହ ଓଟିଡିସି ଆଉଲେଟ୍‌ ମଧ୍ୟ ଖୋଲାଯାଇଛି । ସେହିପରି ବାବା ସାହେବ ଆମ୍ବେଦକର ସମ୍ପର୍କିତ ଏକ ସ୍ୱତନ୍ତ୍ର ମ୍ୟୁଜିଅମ୍‌ ଟର୍ମିନାଲ ଭିତରେ ଖୋଲିଛି ।

ବସ୍‌‌ ଟର୍ମିନାଲରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍‌‌ କେନ୍ଦ୍ର ତିଆରି ହୋଇଛି। ସାଧାରଣ ଆହାର କେନ୍ଦ୍ର ତୁଳନାରେ ଏହା ଯଥେଷ୍ଟ ଉନ୍ନତମାନର ରହିବ। ସେହିପରି ଶୀତତାପ ନିୟନ୍ତ୍ରିତ କୋଠରୀରେ ଷ୍ଟାର୍‌‌ ହୋଟେଲ୍‌‌ ଭଳି ସୁବିଧା ମିଳିବ। ଏହାସାଙ୍ଗକୁ ଯାତ୍ରୀଙ୍କୁ ମିଶନଶକ୍ତି କାଫେ, ଓର‌ମାସ ଓ ମିଲେଟ୍‌‌ କାଫେରେ ମା' ହାତ ତିଆରି ଖାଦ୍ୟ ଖାଇବାକୁ ମିଳିବ। ଏହାସହ ଅପେକ୍ଷାରତ ଶିଶୁଙ୍କ ପାଇଁ କ୍ରୀଡ଼ାଙ୍ଗନ ରହିଥିବାବେଳେ ବାବା ସାହେବ ଭୀମ ରାଓ ଆମ୍ୱେଦକରଙ୍କ ଖୋଦେଇ ପ୍ରତିମୂର୍ତ୍ତି ରହିଛି। କାନ୍ଥବାଡ଼ରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିବ।

ଏହି ବସଷ୍ଟାଣ୍ଡରେ ପୋଲିସ ଆଉଟ ପୋଷ୍ଟ, ଦୋକାନ, ଘରୋଇ ବସ୍‌ ମାଲିକ ସଂଘ ଅଫିସ, କ୍ରୁଟ ଅଫିସ୍‌, ବିଡିଏର ଅଫିସ୍‌ ମଧ୍ୟ ଖୋଲିବ । ସମସ୍ତ ବସ୍‌ ବରମୁଣ୍ଡା ମୁଖ୍ୟ ଗେଟ୍‌ ଦେଇ ପଶିବେ । ପାଖକୁ ଲାଗିଥିବା ଥିବା ଆଉ ଏକ ଗେଟ୍‌ରେ ଗାଡ଼ି ବାହାରିବ । ବ୍ରହ୍ମପୁର, ଖୋର୍ଦ୍ଧା ଅଭିମୁଖେ ଯିବାକୁ ଥିବା ଗାଡ଼ି ଫାୟାରଷ୍ଟେସନ ଦେଇ ୟୁ ଟର୍ଣ୍ଣ କରିବେ । ସମସ୍ତ ଯାତ୍ରୀ ଟାଟା ମୋଟର୍ସ ପାଖରେ ଥିବା ଗେଟ୍‌ରେ ପଶି ବସ୍‌ ଷ୍ଟାଣ୍ଡରେ ପହଞ୍ଚିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+