ଆସନ୍ତାକାଲି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ , ନୀତି ଆୟୋଗର ସପ୍ତମ କାର୍ଯ୍ୟକ୍ଷମ ବୈଠକରେ ଯୋଗ ଦେବେ

CM Naveen Patnaik's Delhi Visit : ଆସନ୍ତା ମାସ 5 ତାରିଖରୁ ଅର୍ଥାତ ଅଗଷ୍ଟ 5 ତାରିଖରୁ 4 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ “ଆଜାଦି କା ଅମୃତ ମହୋତ୍ସବ” ଏବଂ ସପ୍ତମ ନୀତି ଆୟୋଗର ପରିଚାଳନା ପରିଷ

ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ଅଗଷ୍ଟ ୫ରେ ପୁଣି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀତି ଆୟୋଗର ସପ୍ତମ ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୭ ତାରିଖରେ ବସିବାବାକୁ ଯାଉଥିବା ନୀତି ଆୟୋଗ ବୈଠକରେ ଯୋଗ ଦେଇ ଅନକେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ନବୀନ ପଟ୍ଟନାୟକ । ବିଶେସକରି ଓଡ଼ିଶାକୁ ସ୍ପେଷାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ଉଠାଇବେ ମୁଖ୍ୟମନ୍ତ୍ରୀ । ଏହା ସହ କେନ୍ଦ୍ର ବକେୟା ଅର୍ଥ ଦେବାକୁ ଦାବି ଦୋହରାଇବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ "ଆଜାଦି କା ଅମୃତ ମହୋତ୍ସବ"ରେ ମଧ୍ୟ ଯୋଗ ଦେବେ ବୋଲି ସୂଚନା ରହିଛି ।

CM Naveen Patnaik

ଅଗଷ୍ଟ ୭ ରେ ନୀତି ଆୟୋଗର ସପ୍ତମ କାର୍ଯ୍ୟକ୍ଷମ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ପରିଷଦ ବୈଠକ ବସିବ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟପାଳ ଯୋଗ ଦେବେ।ରେଳ, ଟେଲିକମ୍ ଓ ଗ୍ରାମାଞ୍ଚଳ ବ୍ୟାଙ୍କିଂ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଦାବି ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ସପ୍ତାହରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ ସୁମନ ବେରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+