ମୁଖ୍ୟମନ୍ତ୍ରୀଙ୍କୁ 'ଲାଇଫ୍ ଟାଇମ ଆଚିଭମେଂଟ ସମ୍ମାନରେ ସମ୍ମାନିତ କରାଯିବ'

ମୁଖ୍ୟମନ୍ତ୍ରୀଙ୍କୁ 'ଲାଇଫ୍ ଟାଇମ ଆଚିଭମେଂଟ ସମ୍ମାନରେ ସମ୍ମାନିତ କରାଯିବ'ଆସନ୍ତା କାଲି ସକାଳ ୧୦ରେ ଆରମ୍ଭ ହେବ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଢେ ଚାରି କୋଟି ଓଡ଼ି଼ଶା ବାସିଙ୍କ ସେବାରେ ଗତ ୨୫ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରି ଚାଲିଛନ୍ତି ନବୀନ ପଟ୍ଟନାୟକ । ନିଜ ଦୃଢ ନେତୃତ୍ୱ ପାଇଁ ଶ୍ରେଷ୍ଠ ଶାସକ ନବୀନ ପଟ୍ଟନାୟାକ ପାଇବେ 'ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ' । ଆସନ୍ତା କାଲି ଅର୍ଥାତ୍ ରବିବାର ସକାଳ ୧୦ଟାରେ ନୂଆଦିଲ୍ଲୀର ଏକ ସଂସ୍ଥା 'କ୍ୟାପିଟାଲ ଫାଉଣ୍ତେସନ ସୋସାଇଟି'ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିଅମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି.ରମଣା ନବୀନଙ୍କୁ ସମ୍ମାନିତ କରିବେ । ସେପଟେ ଏହି ଗର୍ବ ଓ ଗୌରବର ଦିନକୁ ସ୍ମରଣୀୟ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

naveen patnaik.odisha

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସଂସ୍ଥା ସମ୍ବର୍ଦ୍ଧନା ଦେବାବେଳେ ତାଙ୍କୁ ଉତ୍ସାହିତ କରିବା ପାଇଁ ବିଜେଡି ପକ୍ଷରୁ ପ୍ରାୟ ୩୦୦ରୁ ଅଧିକ ଛାତ୍ର,ଯୁବ ଓ ମହିଳା କର୍ମକର୍ତ୍ତା ପୂର୍ବରୁ ଦିଲ୍ଲୀରେ ପହଁଚି ସାରିଛନ୍ତି । ଏହି ଆୱାର୍ଡ ନେବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ନିବାସରେ ଯିବେ ଯେଉଁଠି ପ୍ରବାସୀ ଓଡ଼ିଆ ଓ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଭବ୍ୟ ସମ୍ବର୍ଦ୍ଧନା । ଏହାପରେ ଏପିଜେ ଅବଦୁଲ୍ କଲାମ ରୋଡ୍ ସ୍ଥିତ ନବୀନ ପଟ୍ଟନାୟକଙ୍କ ବାସଭବନ ସମୁଖରେ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଗୋଟିଏ ଦିନପରେ ଅର୍ଥାତ୍ ମଙ୍ଗଳବାର ଦିଲ୍ଲୀରୁ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+