ଆସନ୍ତା କାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ଜି-20 ବୈଠକରେ ଯୋଗ ଦେବେ

ଆସନ୍ତା କାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ଜି-20 ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୫ ତାରିଖରେ ଆୟୋଜିତ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବେ ନବୀନ ପଟ୍ଟନାୟକ । ଆସନ୍ତାକାଲି ଦିଲ୍ଲୀରେ ଭାରତରେ ଜି -20 ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି ।

cm naveen patnaik

ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଦେଶର 50 ରୁ ଅଧିକ ସହର ଏବଂ 32 ଟି ବିଭିନ୍ନ ଅଞ୍ଚଳରେ 200 ଟି ବୈଠକ ଆୟୋଜନ ହେବ। ଆସନ୍ତା ବର୍ଷ ଶିଖର ସମ୍ମିଳନୀ ପାଇଁ ଦେଶର ଡିଜିଟାଲ୍ ପରିବର୍ତ୍ତନକୁ ପ୍ରୋତ୍ସାହିତ ଦେବା ସହ ପରିବେଶ ବିକାଶକୁ ସୁଲଭ ଟେକ୍ନୋଲୋଜି ଯୋଗାଇବା ଭାରତର ଉଦ୍ଦେଶ୍ୟ ଅଟେ । ଜି -20 ଗ୍ରୁପିଂ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପାଇଁ ବିଶ୍ୱ ଅର୍ଥନୈତିକ ଏବଂ ଆର୍ଥିକ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଏକ ଫୋରମ୍ ପ୍ରଦାନ କରିଥାଏ । 1999 ରେ ଏସୀୟ ଆର୍ଥିକ ସଙ୍କଟ ପରେ ଜି -20 ପ୍ରତିଷ୍ଠା କରାଯାଇଥିଲା । ଜି -20 ଗ୍ରୁପରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ରିପବ୍ଲିକ୍ ଅଫ୍ କୋରିଆ, ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ଆମେରିକା, ୟୁରୋପୀୟ ୟୁନିଅନ୍ ଏବଂ ତୁର୍କୀ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+