ଚେସ ଅଲିମ୍ପିଆଡ ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଚେସ୍ ଅଲିମ୍ପିଆଡ ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଅନୁଷ୍ଠିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଅଲିମ୍ପିଆଡ ମଶାଲ ସ୍ୱାଗତ କରିଛନ୍ତି ।

ଭୁବନେଶ୍ୱର: ଚେସ୍ ଅଲିମ୍ପିଆଡ ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଅନୁଷ୍ଠିତ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଅଲିମ୍ପିଆଡ ମଶାଲ ସ୍ୱାଗତ କରିଛନ୍ତି ।

CM Naveen Patnaik

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ କହିଥିଲେ ଯେ, ଚେସର ଉତ୍ପତ୍ତି ସ୍ଥଳ ଭାରତ । ଚେସ୍ ଚତୁରଙ୍ଗ ଭାବେ ଭାରତରେ ଖେଳାଯାଉଥିଲା । ଚେସରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା । ଅନେକ ଓଡ଼ିଆ ଖେଳାଳି ସଫଳତା ଚେସରେ ପାଇଛନ୍ତି । ଓଡ଼ିଶାକୁ ଚେସ ଅଲିମ୍ପିଆଡ ମଶାଲ ଆସିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଅଚ୍ୟୁତ ସାମନ୍ତ, ଚେସ୍ ଖେଳାଳି ପଦ୍ମିନୀ ରାଉତ ଓ କିରଣ ମନିଷା ମହାନ୍ତି ଉପସ୍ଥିତ ଥିଲେ ।

ଆଜି ସକାଳୁ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ମଶାଲକୁ ସ୍ୱାଗତ କରାଯାଇଥିଲା । ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ଅତିଥି ଭବନ, ପରେ ଲୋକ ସେବା ଭବନ ପହଞ୍ଚିଥିଲେ । ଆସନ୍ତା ୨୮ରୁ ତାମିଲନାଡୁ ମହାବଲ୍ଲିପୁରମରେ ହେବ ପ୍ରତିଯୋଗିତା । ଚେସ୍‌ ଅଲମ୍ପିଆଡରେ ୧୮୮ଟି ଦେଶ ଭାଗ ନେବେ । ଓଡ଼ିଶା ଏକ ମାତ୍ର ଖେଳାଳୀ ପଦ୍ମିନୀ ରାଉତ ଏଥିରେ ଭାଗନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+