ଆଜି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମିଳିବ ହକି ଆଇକନ ସମ୍ମାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।

CM Naveen Patnaik

ଭୁବ‌ନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଗସ୍ତରେ ଯାଉଛନ୍ତି । ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।

ମୁମ୍ବାଇରେ ପହଞ୍ଚିବା ପରେ ଅପରାହ୍ନ ୩ଟା ୩୦ ମିନିଟରେ ହୋଟେଲ ତାଜମହଲ ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ସେଠାରେ ସେ କେତେକ ନିବେଶକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା ନିବେଶକ ସମ୍ମିଳନୀ‌ରେ ସାମିଲ ହେବାକୁ ନବୀନ ମୁମ୍ବାଇ ଗସ୍ତ କରିଥିଲେ ।

ପରେ ସନ୍ଧ୍ୟା ୭ଟାରେ ସ୍ପୋର୍ଟସଷ୍ଟାର ଏସେସ୍ ପୁରସ୍କାର ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ତାଙ୍କୁ ମିଳିବ ହକି ଆଇକନ ଅଫ ଦି ଇୟର ପୁରସ୍କାର । ବିଶେଷ କରି ଚଳିତ ବର୍ଷ ହକି ବିଶ୍ବକପର ସଫଳ ଆୟୋଜନ ଏବଂ ଲଗାତର ଦୁଇ ଦୁଇ ଥର ସଫଳ ବିଶ୍ବକପ୍‌ ଆୟୋଜନ କରି ମୁଖ୍ୟମନ୍ତ୍ରୀ ସାରା ବିଶ୍ବରେ ହକି ପ୍ରେମୀଙ୍କ ପ୍ରଶଂସା ସାଉଁଟିଛନ୍ତି । ମଙ୍ଗଳବାର ଅପରାହ୍ଣ ୨ଟା ୧୦ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+