ଆଜି ଅପରାହ୍ନରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ମୁମ୍ବାଇର ଟ୍ରାଇଡେଣ୍ଟ ହୋଟଲରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନରେ ମୁମ୍ବାଇ ଗସ୍ତ କରିବେ ।

 CM Naveen Patnaik

ଆସନ୍ତାକାଲି ମୁମ୍ବାଇରେ ଓଡ଼ିଶା ସରକାର ଆୟୋଜନ କରୁଛନ୍ତି ନିବେଶକ ସମ୍ମେଳନ । ମୁଖ୍ୟମନ୍ତ୍ରୀ ଦୁଇଟି ପର୍ଯ୍ୟାୟରେ ଦେଶର ବଡ଼ ବଡ଼ ଉଦ୍ୟୋଗପତି ମାନଙ୍କ ସହ ଏହି ସମ୍ମେଳନରେ ସିଧାସଳଖ ଆଲୋଚନା କରିବେ। ପ୍ରଥମାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ଦିନ ୧୧ଟାରୁ ୧ଟା ୩୦ ମିନିଟ୍‍ ମଧ୍ୟରେ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ସେହିପରି ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଅଧ୍ୟକ୍ଷ କୁମାର ମଙ୍ଗଲମ୍‍ ବିର୍ଲା, ବେଦାନ୍ତ ରିସୋର୍ସେସ ଲିଃ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ଅନ୍ୟ କିଛି ବଡ଼ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିବେଶକମାନଙ୍କୁ ଆଗାମୀ ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଗ୍ରୁପ୍‍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ ଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ବ୍ୟାଙ୍କିଙ୍ଗ୍‍ ଏଣ୍ଡ ଫିନଟେକ୍‍ କ୍ଷେତ୍ରର ନିବେଶକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟେଟ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍‍.ଏସ୍‍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍‍ର କଣ୍ଟ୍ରି ହେଡ୍‍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍‍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍‍ ପେଣ୍ଟସ୍‍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧି ମଧ୍ୟ ସମ୍ମିଳନୀରେ ଯୋଗ ଦେବେ।

ସେହିପରି ମୁଖ୍ୟମନ୍ତ୍ରୀ ୧୫ତାରିଖ ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁ ଥିବାବେଳେ କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍‌ ବଜାଇବାର ପରମ୍ପରା ରହିଛି ।

ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ନିବେଶକଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାର ପ୍ରସାର ପାଇଁ ଏହି ଗସ୍ତ କରୁଛନ୍ତି ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+