ନିବେଶକଙ୍କୁ ନିମନ୍ତ୍ରଣ ପାଇଁ ମଙ୍ଗଳବାରଠୁ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ
ଆସନ୍ତା ୧୩ ତାରିଖ (ମଙ୍ଗଳବାର)ଠୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'ମେକ୍ ଇନ୍ ଓଡ଼ିଶା-୨୦୨୨' କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ' ଅନୁଷ୍ଠିତ ହେବ ।
ଭୁବନେଶ୍ବର: ଆସନ୍ତା ୧୩ ତାରିଖ (ମଙ୍ଗଳବାର)ଠୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'ମେକ୍ ଇନ୍ ଓଡ଼ିଶା-୨୦୨୨' କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ' ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସେଠାରେ ନିବେଶକଙ୍କୁ ଭେଟିବ । ୧୫ରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ନିବେଶକଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାର ପ୍ରସାର ପାଇଁ ଏହି ଗସ୍ତ କରୁଛନ୍ତି ନବୀନ । ବୁଧବାର ସନ୍ଧ୍ୟା ସାଢେ଼ ୬ରେ ମୁମ୍ବାଇର ନରିମନ ପଏଣ୍ଟରେ ଥିବା ହୋଟେଲ ଟ୍ରାଇଡେଣ୍ଟରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ରହିବେ ।
ମୁମ୍ବାଇ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ରୋଡ ଶୋ ମଧ୍ୟ କରିବେ ବୋଲି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ଆସନ୍ତା ୧୪ ତାରିଖରେ ମୁମ୍ବାଇରେ ମେକ ଇନ୍ ଓଡ଼ିଶାକୁ ନେଇ ରାଜ୍ୟ ସରକାର ଏକ ରୋଡ଼ ଶୋ ଆୟୋଜନ କରିଛନ୍ତି। ଏନେଇ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ସେମାନେ ରୋଡ଼ ଶୋ ପ୍ରସ୍ତୁତିର ସମୀକ୍ଷା ସହ ତଦାରଖ କରିବେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଟିମର ନେତୃତ୍ୱ ନେଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଦୁବାଇ, ତାପରେ ଦିଲ୍ଲୀ ଗସ୍ତରେ ଯାଇଥିଲେ ।












Click it and Unblock the Notifications