Get Updates
Get notified of breaking news, exclusive insights, and must-see stories!

ଗାନ୍ଧୀଜୟନ୍ତୀରେ ବୃକ୍ଷ ରୋପଣ କରିବେ ମୁଖ୍ୟମନ୍ତ୍ରୀ: ସବୁ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପୀଠରୁ ସଂଗ୍ରହ ହେଲା ମାଟି

ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ଗାନ୍ଧୀଜୟନ୍ତୀ ଉପଲକ୍ଷେ ସ୍ବାଧୀନତା ସଂଗ୍ରାମ ସହ ଜଡିତ ଓଡ଼ିଶାର ବିଭିନ୍ନ ସ୍ଥଳରୁ ପବିତ୍ର ମାଟି ଏବଂ ନଦୀରୁ ପାଣି ସଂଗ୍ରହ କରାଯାଉଛି ।

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ଗାନ୍ଧୀଜୟନ୍ତୀ ଉପଲକ୍ଷେ ସ୍ବାଧୀନତା ସଂଗ୍ରାମ ସହ ଜଡିତ ଓଡ଼ିଶାର ବିଭିନ୍ନ ସ୍ଥଳରୁ ପବିତ୍ର ମାଟି ଏବଂ ନଦୀରୁ ପାଣି ସଂଗ୍ରହ କରାଯାଉଛି । ତେବେ ଏହି ୩୦ ଜିଲ୍ଲାର ପବିତ୍ର ମାଟି ଓ ନଦୀର ପାଣିକୁ ବ୍ୟବାହାର କରି ଆସନ୍ତା ଗାନ୍ଧୀଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ ପରିସରରେ ଏକ ଅଶ୍ୱସ୍ତ ବୃକ୍ଷ ରୋପଣ କରିବେ ।

CM Naveen Patnaik

ତେବେ ୩୦ ଜିଲ୍ଲାର ପବିତ୍ର ମାଟିରେ ବଢିବ ଏହି ବୃକ୍ଷ । ଯାହାକି ଓଡିଶାର ମହାନ ସ୍ୱାଧିନତା ସଂଗ୍ରାମୀମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ହେବ । ଆସନ୍ତା ଅକ୍ଟୋବର ଦୁଇ ତାରିଖ ଅର୍ଥାତ୍ ଗାନ୍ଧୀଜୟନ୍ତୀ ସକାଳେ ମୁଖ୍ୟମନ୍ତ୍ରୀ ଏହି ବୃକ୍ଷ ରୋପଣ କରିବେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ । ତେବେ ଏଥି ନିମନ୍ତେ ବିଭିନ୍ନ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପୀଠରୁ ମାଟି ସଂଗ୍ରହ ହେବା ଆରମ୍ଭ ହୋଇସାରିଛି । ରାଜ୍ୟ ସରକାରଙ୍କ ଏହି ଅବିନବ ପ୍ରୟାସକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଉଛି ।

ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ ପୀଠର ତ୍ରିବେଣୀ ସଙ୍ଗମରୁ ପାଣି ଏବଂ ଆମକୋ ସିମକୋ ସହିଦ ସ୍ମୃତିପୀଠରୁ ମାଟି ସଂଗୃହୀତ ହୋଇଛି । ସେହିପରି ମହାନ୍ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମସ୍ଥାନ କୋରାପୁଟ ଜିଲ୍ଲା ବୈପିରୀଗୁଡା ବ୍ଲକର ତେନ୍ତୁଳିଗୁମା ଗ୍ରାମରୁ ପବିତ୍ର ମାଟି ସଂଗୃହୀତ ହୋଇଛି । ମାଟି ସଂଗ୍ରହ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳସ ଶୋଭାଯାତ୍ରା ଏବଂ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହିଭଳି ଭାରତୀୟ ସ୍ବାଧୀନତା ଆନ୍ଦୋଳନର ସର୍ବ କନିଷ୍ଠ ଶହୀଦ ବିପ୍ଲବୀ ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳର ନୀଳକଣ୍ଠପୁରରୁ ସଂଗୃହୀତ ହୋଇଛି ପବିତ୍ର ମାଟି । ଭାରତମାତାଙ୍କ ଏହି ପ୍ରେରଣାଦାୟୀ ସାଧକଙ୍କ ଜନ୍ମସ୍ଥାନର ପବିତ୍ର ମାଟି ଗାନ୍ଧୀ ଜୟନ୍ତୀ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମରେ ବ୍ଯବହୃତ ହେବ । ସେହିପରି ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ ସୁଖାସୋଢ଼ାରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+