ଆଜି ହେଭିୱେଟଙ୍କ ହାଇଭୋଲଟେଜ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ
Lok Sabha Election 2024: ଆଜି ହେଭିୱେଟଙ୍କ ହାଇଭୋଲଟେଜ ପ୍ରଚାର । କେନ୍ଦ୍ରାପଡା, ଜଗତସିଂହପୁରରେ ମାରାଥନ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ପ୍ରଥମେ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ଯୋଗଦେବେ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ପରେ ୧୨ ଟାରେ ରାହାମ୍ୱା ଏବଂ ଦିନ ୧୨ଟା ୫୫ରେ ଜଗତସିଂହପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ସେହିପରି ଅପରାହ୍ନରେ ଭିକେ ପାଣ୍ତିଆନ ଆଜି ଭଦ୍ରକ ଗସ୍ତରେ ଯାଇ ବାସୁଦେବପୁର, ତିହିଡିରେ ଏକ ବିଶାଳ ରୋଡ ଶୋ' କରିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରର ବିଭିନ୍ନ ନିର୍ବାଚନ ମଣ୍ତଳୀରେ ନିର୍ବାଚନୀ ପ୍ରଚାର କରିବାସ ସହ ରୋଡ୍ ଶୋ" କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ କେନ୍ଦ୍ରମନ୍ତ୍ରୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ଓଡ଼ିଶାରେ ନିର୍ବାଚନୀ ମୈଦାନକୁ ଉହ୍ଲାଇବେ ।
ଆଜି ଭଦ୍ରକ ବାସୁଦେବପୁର, ବାଲେଶ୍ୱରର ସୋର, ବାହାନଗାରେ ଅପରାହ୍ନରେ ରୋଡ ଶୋ' କରିବେ । ସେପଟେ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁରର ବିଭିନ୍ନ ନିର୍ବାଚନୀ ସଭାରେ ଯୋଗ ଦେହାର ସୂଚନା ରହିଛି ।












Click it and Unblock the Notifications