ମୋଦିଙ୍କୁ ନବୀନଙ୍କ ଟାର୍ଗେଟ, କହିଲେ ଯଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ୍ କରାନ୍ତୁ
ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ନିର୍ବାଚନ । ସବୁ ଦଳ ନିଜ ନିଜ ପ୍ରଚାରରେ ଲାଗିପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଚାର କରିବା ସମୟରେ ମୋଦି ପ୍ରଶ୍ନ କରିଛନ୍ତି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ମାତ୍ରାରେ ଖରାପ ହେଲା କେମିତି ? ଏଥିପାଇଁ କିଏ ଦାୟୀ ? ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କାହାର ଷଡ଼ଯନ୍ତ୍ର ନାହିଁ ତ ବୋଲି ବିଏମ ମୋଦି କରିଥିଲେ ପ୍ରଶ୍ନ?
ଆଉ ବର୍ତ୍ତମାନ ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆପଣ କୁଆଡେ ମୋ ବନ୍ଧୁ । ଭଲ ବନ୍ଧୁ କେବେ ପବ୍ଲିକରେ ସ୍ୱାସ୍ଥ୍ୟ ବିଷୟ ପଚାରେ ନାହିଁ । ଯଦି ଏତେ ଚିନ୍ତା, ତାହେଲେ ତୁମେ ମୋତେ ଫୋନ କରି ପଚାରି ପାରିଥାନ୍ତ । ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି । ଯଦି କମିଟି କରିବେ, ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ । ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଚାଲ୍ । ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି । ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି ।

ମୋ ସ୍ୱାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଯଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ୍ କରାନ୍ତୁ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ ବୋଲି ନବୀନ କହିଛନ୍ତି ।












Click it and Unblock the Notifications