Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାକୁ ଶ୍ରେଷ୍ଠ ନିବେଶସ୍ଥଳୀ କରିବାକୁ ‘ଫିକି’ର ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂଘ (ଫିକି) ସହ ଓଡ଼ିଶା ସରକାରଙ୍କର ସଂପର୍କ ଭଲ ରହି ଆସିଛି । ‘ମେକ ଇନ୍ ଓଡ଼ିଶା କନକ୍ଳେଭ’କୁ ଅଧିକ ସଫଳ କରିବାରେ ଫିକିର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍

ଭୁବନେଶ୍ବର: ସ୍ଥାନୀୟ ଜନତା ମୈଦାନରେ ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୩ । ରିବନ କାଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂଘ (ଫିକି) ସହ ଓଡ଼ିଶା ସରକାରଙ୍କର ସଂପର୍କ ଭଲ ରହି ଆସିଛି । 'ମେକ ଇନ୍ ଓଡ଼ିଶା କନକ୍ଳେଭ'କୁ ଅଧିକ ସଫଳ କରିବାରେ ଫିକିର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Make in Odisha Conclave

ମିଶନଶକ୍ତି ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ପାଇଁ ଦାୟିତ୍ୱପୂର୍ଣ୍ଣ ଭାବେ କାମ କରୁଛନ୍ତି । ତୃଣମୂଳସ୍ତରରୁ ମହିଳା ଉଦ୍ୟୋଗୀ ସୃଷ୍ଟି ସହ ସେମାନଙ୍କୁ ତାଲିମ ଦେବାକୁ 'ଫିକି' ହାତ ବଢ଼ାଉ । ଓଡ଼ିଶାକୁ ଦେଶର ଶ୍ରେଷ୍ଠ ନିବେଶସ୍ଥଳୀ ଭାବେ ଗଢ଼ି ତୋଳିବାକୁ 'ଫିକି' ସବୁ ପ୍ରକାର ସହଯୋଗ କରୁ । 'ଫିକି' ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏମିତି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତରେ ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପାୟନରେ ଓଡ଼ିଶା ସବୁଠୁ ଆଗରେ । ତେଣୁ ଓଡ଼ିଶାକୁ ପୁଞ୍ଜିପତିଙ୍କ ପ୍ରଥମ ପସନ୍ଦ ଭାବେ ଗଢ଼ି ତୋଳିବାକୁ ନବୀନ ଫିକିକୁ ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+