ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ରୂପାନ୍ତରଣ ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ (H&UD) ସହରାଞ୍ଚଳ ଶାସନକୁ ପ୍ରାଥମିକତା ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଅନୁଯାୟୀ ସହରରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବାର ପ୍ରକ୍ରିୟା ଜାରି ରହିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏବଂ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଗଣମାଧ୍ୟମକୁ ସମ୍ବୋଧନ ବେଳେ କହିଛନ୍ତି ।

Housing and Urban Development Department

ଓଡିଶାର ସହରାଞ୍ଚଳରେ ରୂପାନ୍ତରଣର ନିରନ୍ତର ଯାତ୍ରା ଏବଂ ୫ଟି ଶାସନ ନୀତି ଅନୁଯାୟୀ ସହରାଞ୍ଚଳର ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ଭବ ହୋଇପାରିଛି ତଥା ନିକଟ ଅତୀତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଏବଂ ଯାହାକି ସମାନ ଆବେଗ ସହିତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି । ସହରାଞ୍ଚଳରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଯାହା ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଛି ସେଗୁଡିକ ମଧ୍ୟରେ ପ୍ରମୁଖ ହେଲା ଜାଗା ମିଶନ୍‌, ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନାରେ ୨୪ଘଣ୍ଟା ଗୁଣାତ୍ମକ ପାନୀୟଜଳ ଯୋଗାଣ ଏବଂ ମୁକ୍ତା- ସହରୀ ମଜୁରୀ ଭିତ୍ତିକ ନିଯୁକ୍ତି ଯୋଜନା ଯାହାକି ମିଶନ୍ ଶକ୍ତି ମହିଳାଙ୍କ ସକ୍ରିୟ ଯୋଗଦାନ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ବସ୍ତି ବାସିନ୍ଦା ସଂଘ (ଏସଡିଏ) ସହିତ ଗୋଷ୍ଠି ସହଭାଗିତା ମାଧ୍ୟମରେ ସଫଳରୂପେ କାର୍ଯ୍ୟକାରୀ ହେଉଛି ।

ନିର୍ବାଚନୀ ଇସ୍ତାହାର -୨୦୧୯ ରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଛନ୍ତି ।

  • ୧.୭୩ ଲକ୍ଷ ପରିବାରଙ୍କୁ ମ୍ୟୁନିସିପାଲିଟି ଏବଂ ଏନ୍‍ଏସିରେ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ ।
  • ୫ଟି ମହାନଗର ନିଗମରେ ଘର ସର୍ଭେ ସମାପ୍ତ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ବସ୍ତିରେ ବସବାସ କରୁଥିବା ୧ ଲକ୍ଷ ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ । ୫୦୦୦୦ ରୁ ଅଧିକ ଏଲଆରସି ପ୍ରସ୍ତୁତ ।
  • ୧,୬୨,୩୨୭ ଘର ର୍ନିମାଣ କରାଯାଇଛି ।
  • ସମସ୍ତ ୧୧୫ ପୌରାଞ୍ଚଳର ୨୦୫୫ ୱାର୍ଡରେ ଘରକୁ ଘର ଅଳିଆ ସଂଗ୍ରହ ନିଶ୍ଚିତ ହୋଇଛି ।
  • କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ୧୧୫ ସହରରେ ୨୫୨ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (MCC) ଏବଂ ୨୧୬ ସାମଗ୍ରୀ ପୁନରୁଦ୍ଧାର ସୁବିଧା(MRF) କାର୍ଯ୍ୟ କରୁଛି ।
  • ସହରରୁ ବାହାରୁଥିବା ବର୍ଜ୍ୟ ଜଳର ପକ୍ରିୟାକରଣ ପାଇଁ ୧୧୨ ଫିକାଲ୍ ସ୍ଲେଜ୍ ସେପ୍ଟେଜ୍ ଟ୍ରିଟମେଣ୍ଟପ୍ଲାଣ୍ଟ (ମଳ ପଙ୍କ ପ୍ରକ୍ରିୟାକରଣ କେନ୍ଦ୍ର) ୧୧୦ ଟି ପୌରାଞ୍ଚଳରେ କାର୍ଯ୍ୟକ୍ଷମ - ଏହି ସମସ୍ତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁବିଧା ମିଶନ୍ ଶକ୍ତି ଏବଂ କିନ୍ନର ଗୋଷ୍ଠୀ ଦ୍ୱାରା କାର୍ଯ୍ୟକାରୀ ଏବଂ ପରିଚାଳିତ ହେଉଛି ।
  • ସମସ୍ତ ୫ ଟି ମହାନଗର ନିଗମ ୧୦୦% ପାଇପ୍ ଜଳ ଯୋଗାଣରେ ଅନ୍ତର୍ଭୁକ୍ତ
  • ୧୧୦ ପୌରାଞ୍ଚଳରେ ୯୯% ପରିବାର ପାଇପ୍ ଜଳ ଯୋଗାଣରେ ଅର୍ନ୍ତଭୁକ୍ତ । ଅବଶିଷ୍ଟ ୧% ଙ୍କୁ ଡିସେମ୍ବର ୨୦୨୩ ପୂର୍ବରୁ ଯୋଗାଇ ଦିଆଯିବ ।
  • ପ୍ରଥମେ ପୁରୀ ଓ ପରବର୍ତ୍ତୀ ସମୟରେ ଗୋପାଳପୁର ଠାରେ ୨୪ ଘଣ୍ଟିଆ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନା ସଫଳ ଭାବେ ସମାପନ
  • ବ୍ରହ୍ମପୁରରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ଜୁନ୍‍୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ
  • କଟକରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ
  • ରାଉରକେଲାରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ
  • ଭୁବନେଶ୍ୱରରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ମାର୍ଚ୍ଚ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ
  • ଭୁବନେଶ୍ୱର ରାଜଧାନୀ ଅଞ୍ଚଳ ପାଇଁ ମେଟ୍ରୋ ରେଳ ବ୍ୟବସ୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଛି।ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛି ଏବଂ DPR ପ୍ରସ୍ତୁତି ଚାଲିଛି । ୨୦୨୩ ଶେଷ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି ।

ବିଭାଗର ପ୍ରମୁଖ ସଫଳତା ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ ସହରୀ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବାରେ ଆମେ ଆମର ଯାତ୍ରା ଜାରି ରଖିଛୁ । ଆମର କିଛି ପ୍ରମୁଖ ସଫଳତା ଗୁଡିକ ହେଉଛି...

ଜାଗା ମିଶନ୍

ମୁଖ୍ୟମନ୍ତ୍ରୀଙ୍କ ନୀତି, "ଜମିଠାରୁ ଲୋକଙ୍କ ଜୀବନ ମୂଲ୍ୟବାନ " ପାଳନ ସହିତ ଲୋକଙ୍କୁ ବସ୍ତିରୁ ବାହାର କରିବା ପରିବର୍ତ୍ତେ ସେମାନଙ୍କୁ ଜମି ଅଧିକାର ପ୍ରଦାନ କରି ବିଜୁ ଆଦର୍ଶ କଲୋନୀରେ ଭିତ୍ତିଭୂମି, ସୁବିଧା ଏବଂ ସେବାକୁ ଉନ୍ନତ କରି ସେମାନଙ୍କୁ ସଶକ୍ତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୭୭୨ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିବର୍ତ୍ତିତ କରାଯାଇଥିବାବେଳେ ୪ଟି ସହର ଯଥା ହିଞ୍ଜୁଳିକାଟୁ, ଦିଗପହଣ୍ଡି, ରମ୍ଭା ଏବଂ ପୁରୁଷୋତ୍ତମପୁର ବସ୍ତି ମୁକ୍ତ ମାନ୍ୟତା ପାଇଛି । ଏହି ପ୍ରୟାସଗୁଡିକ ଆନ୍ତର୍ଜାତୀୟ ମାନ୍ୟତା ପାଇଛି, ଏବଂ ୨୦୧୯ ଏବଂ ୨୦୨୩ ରେ ମିଳିତ ଜାତିସଂଘ ହାବିଟାଟ୍‌- ଏବଂ ୱାର୍ଲ୍ଡ ହାବିଟାଟ୍ ପୁରସ୍କାର ପାଇବାରେ ସଫଳ ହୋଇଛି ।

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ସ୍ୱପ୍ନ ହେଉଛି ପ୍ରତ୍ୟେକ ପରିବାରକୁ ପାଇପ୍‍ ସଂଯୋଗ ମାଧ୍ୟମରେ ନିରାପଦ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା । ସମସ୍ତ ପାଞ୍ଚଟି ମହାନଗର ନିଗମ ସମେତ ୮୫ ଟି ସହରରେ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍ ମିଶନ ଅଧୀନରେ ୧୦୦% ଜଳ ସଂଯୋଗ ହୋଇଛି । ଅବଶିଷ୍ଟ ୩୦ ଟି ସହର ଡିସେମ୍ବର ୨୦୨୩ ପୂର୍ବରୁ ଏଥିରେ ଅନ୍ତର୍ଭୁକ୍ତ ହେବ ।

ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ଯେ ଆମ ସହରଗୁଡିକରେ ଆନ୍ତର୍ଜାତୀୟ ସହର ସହିତ ସମାନ ଭାବରେ ଜଳ ଯୋଗାଣ ସେବା ଯୋଗାଇ ଦିଆଯାଉ । ପୁରୀ ଏବଂ ଗୋପାଳପୁର ହେଉଛି ଦେଶର ପ୍ରଥମ ଓ ଦ୍ୱିତୀୟ ସହର ଯେଉଁଠାରେ ଆଇଏସ ୧୦୫୦୦ ମାନକ ଅନୁସରଣ ଅନୁଯାୟୀ ୨୪ଘଣ୍ଟିଆ ପାନୀୟଜଳ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜାରେ ଯୋଗାଇ ଦିଆଯାଉଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଅନ୍ୟ ୨୧ ଟି ସହର ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍ ମିଶନ୍ ଅଧୀନରେ ୪୦ ଲକ୍ଷ ସହରୀ ଲୋକ ଉପକୃତ ହେବେ ବୋଲି ଶ୍ରୀ ମାଥୀ ଭାଥାନନ୍ କହିଛନ୍ତି ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ୨୪ ଘଣ୍ଟିଆ ଟ୍ୟାପ ଜରିଆରେ ସିଧାସଳଖ ପାନୀୟ ଉପଯୋଗୀ ଜଳ ଯୋଗାଉଥିବାରୁ ୱାଟକୋ ୨୦୨୨ ମସିହାରେ ସ୍ପେନରେ ଆୟୋଜିତ ହୋଇଥିବା ବିଶ୍ୱ ଜଳ ସମ୍ମିଳନୀରେ ଗ୍ଲୋବାଲ ୱାଟର ଲିଡର ଡିଷ୍ଟ୍ରିଙ୍ଗସନ୍‍ ପୁରସ୍କାର ହାସଲ କରିଛି । ଉପଭୋକ୍ତାଙ୍କ ଠାରୁ ଦେୟ ସଂଗ୍ରହ, ଜଳର ଗୁଣବତ୍ତା ପରୀକ୍ଷା, ଅଭିଯୋଗର ସମାଧାନ ଆଦି ପାଇଁ ୯୦୦ ଜଳସାଥୀ ନିୟୋଜିତ ହୋଇଛନ୍ତି ।

ମୁକ୍ତା

ସହରୀ ମଜୁରୀ ଭିତ୍ତିକ ନିଯୁକ୍ତି କାର୍ଯ୍ୟକ୍ରମ । ଅନ୍ୟ ଏକ କାର୍ଯ୍ୟକ୍ରମ ଯାହାକି ରୋଜଗାର ଯୋଗାଇବାରେ ସହରୀ ଗରିବ ଲୋକଙ୍କୁ ବହୁତ ପ୍ରଭାବିତ କରିଛି ତାହା ହେଉଛି ମୁକ୍ତା, ଯାହା ଏପ୍ରିଲ୍‌, ୨୦୨୦ ରେ କୋଭିଡ୍ ମହାମାରୀ ସଙ୍କଟ ସମୟରେ ଆରମ୍ଭ ହୋଇଥିଲା । ମିଶନ୍ ଶକ୍ତି ଏସଏଚଜି ଏବଂ ବସ୍ତି ବାସିନ୍ଦା ସଂଘ ସହିତ ଜଡିତ ଗୋଷ୍ଠି ସହଭାଗିତା ମାଧ୍ୟମରେ ମୁକ୍ତା ବର୍ତ୍ତମାନ ରାଜ୍ୟର ୧୧୫ ପୌରାଞ୍ଚଳରେ କାର୍ଯ୍ୟକାରୀ ହୋଇଛି ।

ସର୍ବସାଧାରଣ ପାର୍କ, ପାଦଚଲା ଟ୍ରାକ୍‌, ମୁକ୍ତାକାଶ ଜିମ୍‌, ଶିଶୁଙ୍କ ଖେଳ ସୁବିଧା, ସହର ସୌନ୍ଦର୍ଯ୍ୟକରଣ, ବର୍ଷା ଜଳ ଅମଳ ସଂରଚନା ଇତ୍ୟାଦି ସହିତ ୫୨,୦୦୦ ରୁ ଅଧିକ ୱାର୍ଡ ସ୍ତରୀୟ ପ୍ରକଳ୍ପ ରାଜ୍ୟର ସମସ୍ତ ପୌରାଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ୬୨ ଲକ୍ଷ କର୍ମ ଦିବସ ସୃଷ୍ଟି ହୋଇଛି । ଏହି ଅନନ୍ୟ ଯୋଜନାରେ ଦୁଇଟି ବିଶ୍ୱ ସ୍ତରୀୟ ପୁରସ୍କାର ଯଥା ଗୁଆଙ୍ଗୋଝୁଣ୍ଟ ଇଣ୍ଟରନ୍ୟାସନାଲ ଆୱାର୍ଡ ୨୦୨୧ ଏବଂ ୨୦୨୨ ମସିହାରେ ସହରଗୁଡ଼ିକ ପାଇଁ ଡବ୍ଲୁଆରଆଇ ରସ ପୁରସ୍କାର ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+