Get Updates
Get notified of breaking news, exclusive insights, and must-see stories!

ରାଉରକେଲା ଆସିଲେ ମନେ ପଡନ୍ତି ବିଜୁବାବୁ: ନବୀନ

ଆଜି ସଭାରେ ଅବିଭାଷଣ ରଖୁଥିବା ବେଳେ ପିତା ବିଜୁ ପଟ୍ଟନାୟକଙ୍କ କଥା ମନେ ପକାଇଥିଲେ ନବୀନ । ରାଉରକେଲା ଆସିଲେ ସର୍ବପ୍ରଥମେ ବିଜୁବାବୁ ମନେ ପଡନ୍ତି ବୋଲି କହିଥିଲେ ନବୀନ ।

ରାଉରକେଲା: ଆପଣ ମାନକେ ସବକେ ମୋର ଜୁହାର । ଆଜି ରାଉରକେଲା ଆସି ମୁଁ ବହୁତ ଖୁସି । ଏମିତି କିଛି ଢଙ୍ଗରେ ପଶ୍ଚିମ ଓଡିଶାର ଭାଷାରୁ ଅଭିଭାଷଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଦେଶର ସର୍ବବୃତ ହକି ଷ୍ଟଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଜି ସଭାରେ ଅବିଭାଷଣ ରଖୁଥିବା ବେଳେ ପିତା ବିଜୁ ପଟ୍ଟନାୟକଙ୍କ କଥା ମନେ ପକାଇଥିଲେ ନବୀନ । ରାଉରକେଲା ଆସିଲେ ସର୍ବପ୍ରଥମେ ବିଜୁବାବୁ ମନେ ପଡନ୍ତି ବୋଲି କହିଥିଲେ ନବୀନ ।

ରାଉରକେଲା ସହିତ ବିଜୁବାବୁଙ୍କର ସଂପର୍କ ବିଷୟ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଉରକେଲାର ଷ୍ଟିଲ ପ୍ଲାଣ୍ଟ ଠାରୁ ଆରମ୍ଭ କରି NIT ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି । ରାଉରକେଲାକୁ ଆଶାର ସହର (City of Hopes) ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି ।

Naveen Patnaik

ରାଉରକେଲାରେ ଓଡିଶାର ଶିଳ୍ପ ବିକାଶର ମୂଳଦୂଆ ପଡିଥିଲା । ବିଜୁବାବୁ ଓଡିଶାର ଶିଳ୍ପ ବିକାଶର ମାଧ୍ୟମ ଥିବା ସୁନ୍ଦରଗଡ଼ ସଭାମଞ୍ଚରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହା ପରଠୁ ରାଉରକେଲା ବିକାଶର ସ୍ବାଦ ଚାଖିଛି । ସ୍ମାର୍ଟସିଟି ଟ୍ୟାଗ୍ ପାଇବାରେ ରାଉରକେଲା ସଫଳ । ସୁନ୍ଦରଗଡ଼ର ପରିଚୟ ହେଉଛି ହକି । ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ଼ । ହକି ଖେଳାଳିମାନେ କେବଳ ଓଡିଶା ନୁହେଁ ଦେଶର ଗୌରବ ବୋଲି ଭାଷଣରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+