ଧାମନଗର ଉପନିର୍ବାଚନ ଫଳାଫଳ: ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ, ଜନମତକୁ ସମ୍ମାନ ଦେଉଛୁ
ଧାମନଗର ଉପନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବର: ଧାମନଗର ଉପନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିଛି ଦିନ ତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା। ଦିବଂଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ ବୋଲି ନବୀନ କହିଛନ୍ତି ।

ବିଜୁ ଜନତା ଦଳ ସବୁ ବେଳେ ଜନମତକୁ ସମ୍ମାନ ଦେଇ ଆସିଛି, ଧାମନଗର ଜନମତକୁ ସମ୍ମାନ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ' ଧାମନଗର ଉପନିର୍ବାଚନ ଫଳାଫଳରେ ବିଜୁ ଜନତା ଦଳ ବିଚଳିତ ନୁହେଁ । ୨୦୨୪ ନିର୍ବାଚନର ବିଜେଡି ଜିତି ସରକାର କରିବ । କାହିଁକି ନା ଆମେ ଲୋକଙ୍କ ସହ ଓ ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ ।'
ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଏମିତି କହିଛନ୍ତି । ଏହି ଅବସରରେ ପ୍ରଭୁ ଚାଓ୍ବଲା ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ୨୫ ବର୍ଷ ଶାସନ ରେକର୍ଡ ଭାଗିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, 'ଆମେ ଲୋକଙ୍କ ସହିତ ଅଛୁ । ଆଗାମୀ ୨୦୨୪ ନିର୍ବାଚନରେ ଜିତିବୁ । ଏଥିସହିତ ଶିକ୍ଷ, ସ୍ବାସ୍ଥ୍ୟ, କ୍ରିଡା ଓ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଅଗ୍ରଗତି କରିଛି । ୨୦୦୦ ମସିହାରେ ସରକାରକୁ ଆସିବା ବେଳେ ୫ ହଜାର କୋଟି ଟଙ୍କା ରାଜ୍ୟ ବଜେଟ ଥିଲା । ଏବେ ୨୦୨୨ରେ ଏହା ବୃଦ୍ଧି ପାଇ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦେଖୁଥିବା ବେଳେ ଏହାକୁ ଆମେ ସାମ୍ନା କରି ସଫଳ ହୋଇଛୁ । ଓଡ଼ିଶାର ବିକାଶ ହିଁ ଆମର ଏକମାତ୍ର ଲକ୍ଷ୍ୟ ।'
ଉଲ୍ଲେଖଥାଉ କି, ନବୀନଙ୍କ ପଞ୍ଚମ ପାଳିରେ ଧାମନଗରକୁ ଛାଡ଼ି ୨୦୧୯ ଠୁ ୨୦୨୨ ଭିତରେ ରାଜ୍ୟର ୫ଟି ଆସନରେ ହୋଇଥିଲା ଉପନିର୍ବାଚନ । ୨୦୧୯ରେ ବିଜେପୁର, ୨୦୨୦ରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ, ୨୦୨୧ରେ ପିପିଲି ଏବଂ ଚଳିତବର୍ଷ ମେରେ ବ୍ରଜରାଜନଗର ୫ଟି ଯାକ ବାଇଲେକ୍ସନରେ କହିବାକୁ ଗଲେ ବିଜେଡି ଏକତରଫା ବିଜୟ ହାସଲ କରିଥିଲା।
ଧାମନଗର ଉପନିର୍ବାଚନ ଫଳାଫଳରେ ବାଜିମାତ୍ କରିଛି ବିଜେପି । ବିଜେପି ପ୍ରାର୍ଥୀ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ
ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଭୋଟରେ ହେଲେ ବିଜୟୀ । ସୂର୍ଯ୍ୟବଂଶୀଙ୍କୁ ମିଳିଲା ୮୦,୦୯୦ ଭୋଟ୍ । ସେହିପରି ବିଜେଡି ପ୍ରାର୍ଥୀନି ଅବନ୍ତି ଦାସଙ୍କୁ 70288 ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ 3533 ଖଣ୍ଡ ମିଳିଛି । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ 8108 ଖଣ୍ଡ ଭୋଟ୍ ମିଳିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications