Get Updates
Get notified of breaking news, exclusive insights, and must-see stories!

ବିଏସ୍ଇରେ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବେଲ୍ ବଜାଇଛନ୍ତି । ଆଜି ସକାଳ ୧୦ଟା ୫୯ରେ ଓପନିଂ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁମ୍ବାଇ: ଦେଶର ବାଣିଜ୍ୟ ରାଜଧାନୀ ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବେଲ୍ ବଜାଇଛନ୍ତି । ଆଜି ସକାଳ ୧୦ଟା ୫୯ରେ ଓପନିଂ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ BSE ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Patnaik

ତାଙ୍କ ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବେଲ୍ ବଜାଇ ସାରିଛନ୍ତି । ବଲିଉଡର ବିଗ୍ ବି' କୁହାଯାଉଥିବା ଅମିତାଭ ବଚ୍ଚନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ବେଲ୍ ବଜାଇଛନ୍ତି । ତେବେ ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ନବୀନଙ୍କର ଏହା ଥିଲା ପ୍ରଥମ ଗସ୍ତ । ବମ୍ବେ ଷ୍ଚକ୍ ଏକ୍ସଚେଞ୍ଜରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ ।

ମୁମ୍ବାଇ ଗସ୍ତରେ ଥିବା ନବୀନ ପ୍ରଥମ ଦିନରେ ବିଶିଷ୍ଟ ଶିଳ୍ପପତି ଓ ବ୍ୟାଙ୍କର୍ସଙ୍କୁ ଭେଟିଥିଲେ । ଆସନ୍ତା ନଭେମ୍ବରରେ ହେବାକୁଥିବା ମେକ ଇନ୍ ଓଡ଼ିଶା ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ 'ମେକ୍ ଇନ୍ ଓଡ଼ିଶା' ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାରେ ବ୍ୟବସାୟ କରିବାର ସୁନ୍ଦର ସମ୍ଭାବନା, ଅନୁକୂଳ ବାତାବରଣ ଥିବା ନେଇ ଶିଳ୍ପପତି ଓ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅବଗତ କରାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+