ରୋମରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ
ବିଦେଶ ମାଟିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମରେ ପହଞ୍ଚି ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ । ବିଶ୍ୱର ସର୍ବ ପୂରାତନ ସହର ରୋମରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରୋମ: ବିଦେଶ ମାଟିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମରେ ପହଞ୍ଚି ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ । ବିଶ୍ୱର ସର୍ବ ପୂରାତନ ସହର ରୋମରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ଆଜି (ମଙ୍ଗଳବାର) ଖ୍ରୀଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିବେ । ତେବେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଏହି ଇତିହାସ ରଚିବେ ନବୀନ ।
ପୋପ୍ ଫ୍ରାନ୍ସିସ ହେଉଛନ୍ତି ଖ୍ରୀଷ୍ଟ ଧର୍ମଗୁରୁ । ୨୦୧୮ର ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଧର୍ମାନୁଷ୍ଠାନ ହେଉଛି ଭାଟିକାନ ସହର ଓ ଏଠାରେ ରହୁଥିବା ପୋପ ଫ୍ରାନସିସ ଏମାନଙ୍କ ସର୍ବମାନ୍ୟ ଧର୍ମଗୁରୁ । ତେଣୁ ପୋପଙ୍କୁ ଭେଟି ଐତିହାସିକ ରେକର୍ଡ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ତାଙ୍କ ଭାବମୂର୍ତିକୁ ବିଶ୍ୱ ଦରବାରରେ ଆହୁରି ବ୍ୟାପକ କରିପାରିବ ।
ତେବେ ପଟ୍ଟନାୟକ ଏବଂ ପୋପ୍ ଫ୍ରାନ୍ସିସଙ୍କ ଏହି ଭେଟଘାଟ୍ ସୌଜନ୍ୟମୂଳକ ଆହ୍ୱାନ ଭାବରେ ବର୍ଣ୍ଣନା କରାଯାଇଛି। ରାଜନୈତିକ ପର୍ଯ୍ୟବେକ୍ଷକମାନେ ବିଶ୍ୱାସ କରନ୍ତି ଯେ, ଏହି ବୈଠକ ପଟ୍ଟନାୟକଙ୍କ ପୁରା ଭ୍ରମଣର ମୁଖ୍ୟ ଆକର୍ଷଣ ହେବ।












Click it and Unblock the Notifications