ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଲେ ନବୀନ

ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ଓଡ଼ିଆ ଭାବେ ସମ୍ବିଧାନର ସର୍ବୋଚ୍ଚ ଆସନରେ ବସିବା ଗର୍ବର ବିଷୟ ।

ନୂଆଦିଲ୍ଲୀ: ସଂସଦ ଭବନର ସେଣ୍ଟ୍ରାଲ ହଲରେ ଶପଥ ନେଲେ ଓଡିଆ ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । ଦେଶ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ମ୍ୟାଡମ୍‌ ପ୍ରେସିଡେଣ୍ଟ । ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Patnaik

ପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ଓଡ଼ିଆ ଭାବେ ସମ୍ବିଧାନର ସର୍ବୋଚ୍ଚ ଆସନରେ ବସିବା ଗର୍ବର ବିଷୟ । ଶପଥ ଗ୍ରହଣ ସମାରୋହରେ ଭାଗ ନେଇ ଥିବାରୁ ମୁଁ ଗର୍ବିତ । ସମସ୍ତ ଓଡ଼ିଆ ଏବଂ ଓଡ଼ିଶାବାସୀଙ୍କ ପାଇଁ ଗର୍ବର ଏହା କଥା । ସେ ମୋତେ ରାକ୍ଷୀ ବାନ୍ଧିଥିଲେ , ଏବେ ତାଙ୍କ ପାଇଁ ମୁଁ ବହୁତ ଖୁସି ।

ଉଲ୍ଲେଖଥାଉ କି, ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରେ ବିଜେଡି ସାଂସଦଙ୍କ ସହ ସହ ଭେଟି ଶୁଭେଚ୍ଛା ଜଣାଇଥିଲେ ମୁଖ୍ଯମନ୍ତ୍ରୀ । ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ଅବସରରେ ସାମିଲ ଥିଲେ। ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+