ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ ସର୍ବୋତ୍ତମ ଚିକିତ୍ସା ।

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିରଖୁ କି, ନବ ଦାସଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

CM Naveen Patnaik

ସ୍ବାସ୍ଥ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆପୋଲୋରେ ପହଞ୍ଚି ସାରିଥିଲେ ମୁଖ୍ୟମନ୍ତ୍ରୀ । ମେଡିକାଲରେ ପହଞ୍ଚି ପ୍ରଥମେ ସ୍ଥିତି ଅନୁଧ୍ୟାନ କରିଥିଲେ ନବୀନ । ତେବେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ ସର୍ବୋତ୍ତମ ଚିକିତ୍ସା । ଡାକ୍ତରଙ୍କ ଆଲୋଚନା କରିବା ସହ କେଉଁ ଭଳି ତାଙ୍କୁ ପୂରା ସୁବିଧା ପ୍ରଦାନ କରାଯାଇ ପାରିବ ସେନେଇ ସେ ତଦାରଖ କରିଛନ୍ତି ।

ଅନ୍ୟପଟେ ବିଜେଡିର ଅନେକ ବରିଷ୍ଠ ନେତା ମଧ୍ୟ ନବଙ୍କୁ ଦେଖିବା ପାଇଁ ମେଡିକାଲରେ ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ମଧ୍ୟ ମୁଖ୍ୟମନ୍ତ୍ରୀ ହସପିଟାଲରେ ଉପସ୍ଥିତ ରହିଛନ୍ତି । ନବଙ୍କ ପରିବାର ସଦସ୍ୟ ମଧ୍ୟ ମେଡିକାଲରେ ଉପସ୍ଥିତ ରହିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅ କାନ୍ଦୁଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ହାତ ଧରି ସମବେଦନା ଜଣାଉଥିବା ଦେଖିବାକୁ ମିଳିଥିଲା ।

ଉଲ୍ଲେଖଥାଉ କି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଜି ବ୍ରଜରାଜନଗର ଠାରେ ଗୁଳିମାଡ଼ ହୋଇଛି । ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି । ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ହେଉଛନ୍ତି ଗୋପାଳ ଦାସ । ସେ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗୋପାଳ ତାଙ୍କ ସର୍ଭିସ୍ ରିଭରବଲରୁ ମନ୍ତ୍ରୀ ନବ ଦାସଙ୍କୁ କାରରୁ ଓହ୍ଲାଇବା ବେଳେ ଗୁଳି କରିଥିଲେ । ମନ୍ତ୍ରୀଙ୍କ ଦେହରେ ୨ ରାଉଣ୍ଡ ଗୁଳି ବାଜିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+