ନୟାଗଡ ନାବାଳିକ ହତ୍ୟା ମାମଲାର SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ନୟାଗଡ ନାବାଳିକ ପରୀର ଅପହହରଣ ଓ ହତ୍ୟା ମାମଲାର SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ନୟାଗଡ ନାବାଳିକ ପରୀର ଅପହରଣ ଓ ହତ୍ୟା ମାମଲାର SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ପରେ ମୁଖମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, "ଏହି ଘଟଣା ପାଇଁ ମୁଁ ଅତ୍ୟନ୍ତ ମର୍ମାହତ । ମୋ ସରକାର ସର୍ବଦା ମୁକ୍ତ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ । " ଏହାସହିତ ବିଧାନସଭା କାର୍ଯ୍ୟରେ ବିରୋଧୀମାନେ ସହଯୋଗ କରିବାକୁ ନିବେଦନ କଲେ ନବୀନ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ SIT ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ବିରୋଧୀ । ମାତ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରୁ ଓହରି ନଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେପଟେ ବିଜେପି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରତିକ୍ରିୟା । SIT ଗଠନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି । କୃଷିମନ୍ତ୍ରୀଙ୍କୁ ବହିଷ୍କାର ଓ CBI ତଦନ୍ତ ଆମର ଦାବି । ଦାବି ପୂରଣ ନହେବା ଯାଏ ଆମର ଏପରି ଆଭିମୁଖ୍ୟ ଜାରି ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୋହନ ମାଝୀ ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପୋଷ୍ଟର ଓ ବ୍ୟାନର ଦେଖାଇବା ସହ ନାରାବାଜି କରିଥିଲେ। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଚାଲି ପାରି ନ ଥିଲା। ତେଣୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।












Click it and Unblock the Notifications