ପରୀ ହତ୍ୟା ମାମଲା: ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ବିରୋଧୀ ହୀନ ରାଜନୀତି କରୁଛନ୍ତି
ନୟାଗଡ଼ ପରୀ ହତ୍ୟା ମାମଲାରେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ, ପରୀ ଘଟଣାରେ ଗତକାଲି ଦୋଷୀ ଦଣ୍ଡ ପାଇଛି । ପରୀ ଭଳି ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି । ବିରୋଧୀ ହୀନ ରାଜନୀତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପରୀ ମାମଲାରେ ରାୟ ଆସିବା ପରେ ଆଜି ବିଜେପି ନେତାଙ୍କ କ୍ଷମା ପ୍ରାର୍ଥନା ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ। ଗାନ୍ଧି ମୂର୍ତ୍ତି ଆଗରେ ପ୍ରତିବାଦ ବି କରିଥିଲେ ।
ତେବେ ହଠାତ୍ କାହିଁକି ପରୀ ମାମଲାରେ ବିଜେଡିର ଏମିତି ଷ୍ଟାଣ୍ଡ ତାକୁ ନେଇ ଏବେ ଚର୍ଚ୍ଚା ରହିଛି । ସେପଟେ ରାୟ ଆସିବା ପରେ ଏଥିରେ ସନ୍ତୁଷ୍ଟ ନ ଥିବା ପରୀର ବାପା ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ।

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ, ହତ୍ୟା ମାମଲାର ଫଇସଲା ଆସିଛି । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଅତିରିକ୍ତ ଦୌରାଜଜ୍। ପରୀ ମାମଲାକୁ ନେଇ ସାର ଓଡ଼ିଶା ହଇଚଇ ହୋଇଥିଲା । ୨୦୨୦ରେ ରାଜ୍ୟରେ ଚହଳ ପକାଇଥିଲା ଏହି ଖବର । ଘର ସାମ୍ନାରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା ପରୀ। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ, ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ସୂଚନା ଯୋଗ୍ୟ, ୨୦୨୦ ମସିହା ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗାଁ ଦାଣ୍ଡରେ ଖେଳୁଥିଲା ୫ ବର୍ଷୀୟା ଶିଶୁ କନ୍ୟା ପରୀ । ହେଲେ ଗାଁ ଦାଣ୍ଡରୁ ଆଉ ଘରକୁ ଫେରି ନଥିଲା ପରୀ । ବହୁ ଖୋଜାଖୋଜି ପରେ ନିରୁପାୟ ହୋଇ ନୟାଗଡ଼ ସଦର ଥାନାରେ ଏତଲା ଦେଇଥିଲେ ପରୀରେ ପରିବାର ।












Click it and Unblock the Notifications