For Quick Alerts
Turn On Notification  
For Daily Alerts
Oneindia App Download

ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ କେନ୍ଦ୍ରକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ କରିବା ପାଇଁ କେନ୍ଦ୍ରକୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

|

ଭୁବନେଶ୍ୱର : ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ କରିବା ପାଇଁ କେନ୍ଦ୍ରକୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ଶୂନ୍ୟ ସହନ ନୀତି ଆପଣାଇଥିବା ମୁଖ୍ୟମନ୍ତ୍ରୀ ଏହି ସୁପାରିସ୍ ଓଡ଼ିଶା ଇତିହାସରେ ପ୍ରଥମ । ସୂଚନାଥାଉକି ଏପର୍ଯ୍ୟନ୍ତ ଭିଜିଲାନ୍ସ ଅଭୟକାନ୍ତ ପାଠକଙ୍କ ଠାରୁ 20 କୋଟି ଟଙ୍କାର ସଂପତି ଠାବ କରି ସାରିଛି ।

ନବୀନ ପଟ୍ଟନାୟକ
ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଘରେ ଚଢାଉ କରିଥିଲା । ଅଭୟକାନ୍ତ ପାଠକ ଲକ୍ଷାଧିକ ଟଙ୍କା ତାଙ୍କ ପୁଅ ଆକାଉଣ୍ଟରେ ଡିପୋଜିଟ୍ କରୁଥିବା ପ୍ରମାଣ ପାଇଥିଲା ଭିଜିଲାନ୍ସ । କେବଳ ସେତିକି ନୁହେଁ ପୁଅ ଆକାଶ ପାଠକ ନିଜକୁ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ।
ଅଭୟ ପାଠକ

ଅଭୟଙ୍କ ପୁଅକୁ ମଧ୍ୟ କ୍ରାଇମବ୍ରାଞ୍ଚ ଏହି ଜାଲ୍ ନିଯୁକ୍ତି ମାମଲାରେ ଗିରଫ କରିଛି। ଟାଟା ମୋଟର୍ସରେ ଚାକିରି କରାଇ ଦେବାର ପ୍ରତିଶୃତି ଦେଇ ବେକାର ଯବକ-ଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ । ଏଥିରେ ଆକାଶଙ୍କୁ ତାଙ୍କ ଭାବି ଶଶୂର ବିଧାୟକ ପ୍ରଦୀପ ମହାପାତ୍ର ମଧ୍ୟ ସହଯୋଗ କରିଥିଲେ । ପ୍ରଦୀପଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CM Naveen Patnaik Moves Center for Compulsory Retirement to Very Corrupt and High Flying IFS Officer Abhay Kant Pathak
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X