ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ କେନ୍ଦ୍ରକୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ କରିବା ପାଇଁ କେନ୍ଦ୍ରକୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର : ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ କରିବା ପାଇଁ କେନ୍ଦ୍ରକୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ଶୂନ୍ୟ ସହନ ନୀତି ଆପଣାଇଥିବା ମୁଖ୍ୟମନ୍ତ୍ରୀ ଏହି ସୁପାରିସ୍ ଓଡ଼ିଶା ଇତିହାସରେ ପ୍ରଥମ । ସୂଚନାଥାଉକି ଏପର୍ଯ୍ୟନ୍ତ ଭିଜିଲାନ୍ସ ଅଭୟକାନ୍ତ ପାଠକଙ୍କ ଠାରୁ 20 କୋଟି ଟଙ୍କାର ସଂପତି ଠାବ କରି ସାରିଛି ।


ଅଭୟଙ୍କ ପୁଅକୁ ମଧ୍ୟ କ୍ରାଇମବ୍ରାଞ୍ଚ ଏହି ଜାଲ୍ ନିଯୁକ୍ତି ମାମଲାରେ ଗିରଫ କରିଛି। ଟାଟା ମୋଟର୍ସରେ ଚାକିରି କରାଇ ଦେବାର ପ୍ରତିଶୃତି ଦେଇ ବେକାର ଯବକ-ଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ । ଏଥିରେ ଆକାଶଙ୍କୁ ତାଙ୍କ ଭାବି ଶଶୂର ବିଧାୟକ ପ୍ରଦୀପ ମହାପାତ୍ର ମଧ୍ୟ ସହଯୋଗ କରିଥିଲେ । ପ୍ରଦୀପଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
More From












Click it and Unblock the Notifications