Get Updates
Get notified of breaking news, exclusive insights, and must-see stories!

ମୁମ୍ବାଇରେ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୁମ୍ବାଇରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଭେଟିଛନ୍ତି ।

CM Naveen Patnaik

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୁମ୍ବାଇରେ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଭେଟିଛନ୍ତି । ମୁମ୍ବାଇରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ ହୋଇଛି ।

ମିଳିଥିବା ସୂଚନା ଅନୁସସାରେ, ମୁଖ୍ୟମନ୍ତ୍ରୀ ଏବଂ ଅମ୍ବାନୀ ଓଡିଶାର ପୁଞ୍ଜି ବିନିଯୋଗ ଲକ୍ଷ୍ୟ ତଥା ରାଜ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଭବିଷ୍ୟତ ବିନିଯୋଗ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଓଡ଼ିଶା ନିବେଶର ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ଆଲୋଚନାରେ ଓଡିଶାରେ ମୁକେଶ ଆମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିବା ଜଣାପଡିଛି । ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ନିବେଶ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଥାଉ କି, ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ମୁମ୍ବାଇ ପହଞ୍ଚିଥିଲେ । ମୁମ୍ବାଇରେ କିଛି ବରିଷ୍ଠ ଶିଳ୍ପପତିଙ୍କୁ ଭେଟିବାର ସମ୍ଭାବନା ରହିଛି । ପରେ ସନ୍ଧ୍ୟା ୭ଟାରେ ସ୍ପୋର୍ଟସଷ୍ଟାର ଏସେସ୍ ପୁରସ୍କାର ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ତାଙ୍କୁ ମିଳିବ ହକି ଆଇକନ ଅଫ ଦି ଇୟର ପୁରସ୍କାର । ବିଶେଷ କରି ଚଳିତ ବର୍ଷ ହକି ବିଶ୍ବକପର ସଫଳ ଆୟୋଜନ ଏବଂ ଲଗାତର ଦୁଇ ଦୁଇ ଥର ସଫଳ ବିଶ୍ବକପ୍‌ ଆୟୋଜନ କରି ମୁଖ୍ୟମନ୍ତ୍ରୀ ସାରା ବିଶ୍ବରେ ହକି ପ୍ରେମୀଙ୍କ ପ୍ରଶଂସା ସାଉଁଟିଛନ୍ତି । ମଙ୍ଗଳବାର ଅପରାହ୍ଣ ୨ଟା ୧୦ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+