Get Updates
Get notified of breaking news, exclusive insights, and must-see stories!

ମେକ୍ ଇନ୍ ଓଡିଶା କନକ୍ଲେଭ୍ ପୂର୍ବରୁ L&T ମୁଖ୍ୟ ଏସଏନ ସୁବ୍ରମଣ୍ୟମଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମେକ୍ ଇନ୍ ଓଡିଶା କନକ୍ଲେଭ୍ ପୂର୍ବରୁ ବହୁ ରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟି (L&T)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ମେକ୍ ଇନ୍ ଓଡିଶା କନକ୍ଲେଭ୍ ପୂର୍ବରୁ ବହୁ ରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟି (L&T)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଶିଳ୍ପର ଅଗ୍ରଗତି ନେଇ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏଲ ଆଣ୍ଡ ଟିକୁ କେତେକ ପ୍ରସ୍ତାବ ଦେଇଛନ୍ତି । ପାରାଦ୍ବୀପ, ଗୋପାଳପୁର ଓ ଧାମରା ପରି ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ସାଙ୍ଗକୁ ଏରୋସ୍ପେସ୍ ଓ ସାମରିକ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Patnaik

ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ପାଇଁ ଓଡିଶାରେ ସୁବିଧା ରହିଛି । ତେଣୁ ଓଡିଶାରେ L&T କମ୍ପାନୀ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନ୍ ସେକ୍ଟରର ୟୁନିଟ୍ ସ୍ଥାପନ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଧାତୁ ଏବଂ ସାମଗ୍ରୀ ଉତ୍ପାଦନ ପାଇଁ L&T ଭୁବନେଶ୍ୱରରେ ଏକ ଶାଖା ଖୋଲିବା ଦରକାର । କାରଣ ଓଡିଶାରୁ ସମସ୍ତ ପ୍ରମୁଖ ଖଣିଜ ପଦାର୍ଥ ଏବଂ ଧାତୁ ମିଳିଥାଏ । ତେଣୁ କମ୍ପାନୀ ଏହି ବିଷୟରେ ଚିନ୍ତା କରି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ମାଇଣ୍ଡ ଟ୍ରି ପକ୍ଷରୁ ରାଜ୍ୟରେ ଗ୍ଲୋବାଲ ଲର୍ଣ୍ଣିଂ ଓ ସଫ୍ଟେୱେୟାର ଡେଲିଭରି ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହାକୁ ଡେଭଲପମେଣ୍ଟ ସେଣ୍ଟର ଭାବେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ଏଲ ଆଣ୍ଡ ଟିକୁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ଗୋପାଳପୁର, ଧାମରା ଓ ପାରାଦ୍ବୀପ ଭଳି ତିନୋଟି ବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏଲ ଆଣ୍ଡ ଟି ପକ୍ଷରୁ ଉଭୟ ସାମରିକ ଓ ବାଣିଜ୍ୟିକ ଜାହଜ ମରାମତି କାରଖାନା ପ୍ରତିଷ୍ଠା କରାଯାଉ ।

ସେହିପରି ଦକ୍ଷତା ବିକାଶ ଦିଗରେ ଏଲ ଆଣ୍ଡ ଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଟେଲାଇଟ ସେଣ୍ଟର ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନ ବଢୁଥିବାରୁ ଆଗାମୀ ଦିନରେ ମାଇନିଂ, ମେକାନିକାଲ ଯନ୍ତ୍ରାଂଶ ସାଙ୍ଗକୁ ଶିଳ୍ପ ଓ ସାମାଜିକ ଭିତ୍ତିଭୂମିରେ ମଧ୍ୟ ବିକାଶ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏଲ ଆଣ୍ଡ ଟି ନିଜର କ୍ଷମତା ସଂପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+