ମୋଦିଙ୍କୁ ନବୀନଙ୍କ ଚିଠି, ବୋର୍ଡ ପରୀକ୍ଷା ନେଇ ଜାତୀୟ ଗାଇଡଲାଇନ ପ୍ରସ୍ତୁତ ପାଇଁ ଅନୁରୋଧ

ବୋର୍ଡ ପରୀକ୍ଷା ନେଇ ଜାତୀୟ ସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନବୀନଙ୍କ ଅନୁରୋଧ ।

ଭୁବନେଶ୍ବର: ମୋଦିଙ୍କୁ ନବୀନଙ୍କ ଚିଠି । ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୋର୍ଡ ପରୀକ୍ଷା ନେଇ ଜାତୀୟ ସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନବୀନଙ୍କ ଅନୁରୋଧ ।

ନବୀନଙ୍କ ଚିଠି,

ରାଜ୍ୟରେ କୋଭିଡ ପରିସ୍ଥିତି ଯୋଗୁଁ ପରୀକ୍ଷା ଓ ପାଠପଢା ବ୍ୟାହତ ହୋଇଛି । ତେଣୁ ଏକକାଳୀନ ପରୀକ୍ଷା କରାଇବାକୁ ଜାତୀୟସ୍ତରରେ ଗାଇଡ ଲାଇନ ପାଇଁ ଅପିଲ କେଲ ମୁଖ୍ୟମନ୍ତ୍ରୀ । ଜାତୀୟ ସ୍ତରରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ପ୍ରବେଶିକା ପରୀକ୍ଷା ଏବଂ ଆଡମିଶନ ପାଇଁ ଏକ ଗାଇଡ ଲାଇନ ପ୍ରସ୍ତୁତ କରାଯାଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ନବୀନ କହିଛନ୍ତି ଯେ ପରୀକ୍ଷା ଦେବା ପାଇଁ ଜାତୀୟ ସ୍ତରରେ ଏକ ଜାତୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉ । ଯାହା ବୋର୍ଡ ପରୀକ୍ଷାରେ ଯୋଗଦେଉଥିବା ଛାତ୍ର ଏବଂ ଅଭିଭାବକମାନଙ୍କ ସହୟକ ହେବ । କୋଭିଡ ମହାମରୀକୁ ଦୃଷ୍ଟିରେ ରଖି ରାଜ୍ୟର ଆସନ୍ତା ଡିସେମ୍ବର 31 ତାରିଖ ଯାଏଁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରଖାଯାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ଡିଜିଟାଲ ମାଧ୍ୟମରେ ରାଜ୍ୟ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ଶିକ୍ଷା ପହଞ୍ଚୁଛି ବୋଲି ନବୀନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+