Get Updates
Get notified of breaking news, exclusive insights, and must-see stories!

‘ଫୁଟବଲ ଫର୍ ଅଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଫୁଟବଲ୍ ଫର ଅଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ତୃଣମୂଳ ସ୍ତରରେ ଫୁଟବଲର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ । କିଟ୍ ଓ କିସର ମିଳିତ ସହଯୋଗରେ ଓଡ଼ିଶାରେ ଫିଫା ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଭୁବନେଶ୍ୱର: ଫୁଟବଲ୍ ଫର ଅଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ତୃଣମୂଳ ସ୍ତରରେ ଫୁଟବଲର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ । କିଟ୍ ଓ କିସର ମିଳିତ ସହଯୋଗରେ ଓଡ଼ିଶାରେ ଫିଫା ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍ ବଣ୍ଟନ କରାଯିବ ।

CM Naveen Patnaik

ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ଖେଳର ପ୍ରସାର ପାଇଁ ଫିଫା ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ ‌। ଫୁଟବଲ ସବୁଠାରୁ ଲୋକପ୍ରିୟ ଖେଳ । ଫୁଟବଲର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ମହିଳା ଫୁଟବଲର ବିକାଶ ପାଇଁ କାର୍ଯ୍ୟ ଜାରି ରହିଛି । ଭଲ ଭିତ୍ତିଭୂମି ଓ ତାମିଲ ଯୋଗୁଁ ଓଡିଶାରେ ବିଶ୍ୱକପ୍ ଆୟୋଜନ ହୋଇପାରିଛି । ସାରାବିଶ୍ୱର ଲୋକଙ୍କୁ ଏହା ଏକାଠି କରେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ଓଡ଼ିଶାରେ ଫିଫା U-17 ମହିଳା ବିଶ୍ୱକପ୍ ଆୟୋଜନ ଏକ ଗର୍ବର ମୁହୂର୍ତ୍ତ । ଏହାଦ୍ୱାରା ଓଡ଼ିଶାରେ ଫୁଟବଲର ବିକାଶ ହୋଇପାରିବ । ଓଡିଶାରେ ବିଶ୍ୱକପ୍ ଆୟୋଜନ କରିଥିବାରୁ ଫିଫାକୁ ଧନ୍ୟବାଦ । ଭବିଷ୍ୟତରେ ଫିଫା ସହ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହ । ସାମାଜିକ ପରିବର୍ତ୍ତନ ପାଇଁ ଫୁଟବଲ୍ ଏକ ବଳିଷ୍ଠ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

'ଫୁଟବଲ ଫର ଅଲ୍' କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଶାରେ ଆରମ୍ଭ କରିଥିବାରୁ ଫିଫାକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସେ ଏ ଦିଗରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ କିଟ୍ -କିସର ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଫୁଟବଲର ବିକାଶ ପାଇଁ ଆଗକୁ ମଧ୍ୟ ଫିଫାର ଭାଗିଦାରୀରେ ଉଦ୍ୟମ ହେବ ବୋଲି ଆଶା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟର କ୍ରୀଡା ଭିତ୍ତିଭୂମି ପାଇଁ ଅଧିକ ବ୍ୟୟ କରାଯାଉଛି । ଫିଫା ପାର୍ଟନରସିପ ଦ୍ୱାରା ସ୍କୁଲ ସ୍ତରରେ ଫୁଟବଲର ପ୍ରସାର ହେବ ।

ୟୁନିଟ୍-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ ଫୁଟବଲ୍ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତ୍ୟେକ୍ଷ ଭାବେ ପିଲାମାନଙ୍କୁ ପୁଟବଲ ବଣ୍ଟନ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+