Get Updates
Get notified of breaking news, exclusive insights, and must-see stories!

ଏସିଆନ ରାଷ୍ଟ୍ରଦୂତମାନଙ୍କୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନଭେମ୍ବର 30 ରୁ ଡିସେମ୍ବର 4 ଯାଏଁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରସଂଘ ବା ଏସିଆନ ରାଷ୍ଟ୍ରଦୂତ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବର: ନଭେମ୍ବର 30 ରୁ ଡିସେମ୍ବର 4 ଯାଏଁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରସଂଘ ବା ଏସିଆନ ରାଷ୍ଟ୍ରଦୂତ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ଓଡିଶା ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ମଧ୍ୟରେ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କକୁ ମଜବୁତ ହେବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।

CM Naveen Patnaik

ଶୁକ୍ରବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଭାରତରେ ଅବସ୍ଥାପିତ ଏସିଆନ ଦେଶମାନଙ୍କ ରାଷ୍ଟ୍ରଦୂତମାନଙ୍କୁ ଭେଟିଛନ୍ତି । ମେକ୍ ଇନ୍ ଓଡ଼ିଶାସମ୍ମିଳନୀକୁ ଏସିଆନ ରାଷ୍ଟ୍ରଦୂତ ଓ ବାଣିଜ୍ୟିକ ପ୍ରତିନିଧିମଣ୍ଡଳମାନଙ୍କୁ ସେ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଓଡ଼ିଶାରେ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଓ ଏଠାରେ ବୃହତ ବନ୍ଦର ରହିଛି । ଏଣୁ ଓଡ଼ିଶା ଏସିଆନ ଅଞ୍ଚଳ ପାଇଁ ଏକ ଦ୍ବାରଦେଶ ହୋଇ ପାରିବ ।

ଆମେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରର ପ୍ରବେଶ ଦ୍ୱାର: ମୁଖ୍ୟମନ୍ତ୍ରୀ

ଯେହେତୁ ଆମେ ଏକ ଆଧୁନିକ ଦୁନିଆକୁ ଯାଉଛେ ଓ ଟେକ୍ନୋଲୋଜି ମାଧ୍ୟମରେ ଅଧିକରୁ ଅଧିକ ସଂଯୁକ୍ତ ହେଉଛେ । ଆଶା କରୁଛି ଯେ ଆମେ ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ବଢାଇପାରିବା ବୋଲି ନବୀନ କହିଛନ୍ତି। "ମୁଁ ଆଶା କରୁଛି ଯେ ଆଗାମୀ ବର୍ଷଗୁଡ଼ିକରେ ଆମେ ଆମର ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିପାରିବା ଏବଂ ମୁଁ ଆହୁରି ମଧ୍ୟ ଆଶା କରୁଛି ଯେ ଆମେ ଆମର ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରିପାରିବା ଏବଂ ଅଧିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଆଣିପାରିବା" ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଥାଇଲାଣ୍ଡର ରାଷ୍ଟ୍ରଦୂତ ପଟାରଟ୍ ହଙ୍ଗଟଙ୍ଗଙ୍କ ନେତୃତ୍ବରେ ଏକ ଏସିଆନ ପ୍ରତିନିଧିମଣ୍ଡଳ ୩ ଦିନିଆ ଓଡ଼ିଶା ଗସ୍ତ ସଂପୂର୍ଣ୍ଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+