କିମ୍ସରେ ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର କିମ୍ସ ପରିସରରେ ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡରେ ରୋଗୀଙ୍କୁ ମିଳି ପାରିବ ମାଗଣା ଚିକିତ୍ସା ସୁବିଧା ।

ଭୁବନେଶ୍ୱର: ସ୍ଥାନୀୟ କିମ୍ସ ପରିସରରେ ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡରେ ରୋଗୀଙ୍କୁ ମିଳି ପାରିବ ମାଗଣା ଚିକିତ୍ସା ସୁବିଧା ।

CM Naveen Patnaik

ଏଠାରେ ସାଧାରଣ ଓ ବିଏସକେଓ୍ବାଇ ରୋଗୀଙ୍କ ପାଇଁ ୧୬ ଶହ ଶଯ୍ୟାର ବ୍ୟସ୍ଥା ରହିଛି । ଅର୍ଥ ଅଭାବରୁ ସାଧାରଣ ଲୋକଟିଏ ଯେପରି ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଏ ତାହା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି । ଏନେଇ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ସୁଦୃଢ କରାଯାଉଛି । ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ପ୍ରତିଟି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ହସ୍ପିଟାଲରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୋଟ ୭ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି ।

ଉତ୍ତମ ଅତ୍ୟାଧୁନିକ ଚିକିତ୍ସା ସେବା ପାଇବାକୁ ରୋଗୀଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ। କିମ୍‌ସ ସୁପରସ୍ପେସିଆଲିଟି ହସ୍ପିଟାଲରେ ୧୨ଟି ସୁପରସ୍ପେସିଆଲିଟି ବିଭାଗ ରହିଛି। ସେଥିରେ ହୃଦ୍‌ରୋଗ ଚିକିତ୍ସା, କାର୍ଡିଓଥୋରାସିକ୍‌ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌), ଗ୍ୟାଷ୍ଟ୍ରୋଏଣ୍ଟେରେଲୋଜି ଏବଂ ହେପାଟୋଲୋଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନେଫ୍ରୋଲୋଜି ଏବଂ କିଡନୀ ପ୍ରତିରୋପଣ, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ୍‌ ୟୁମୁନୋଲୋଜି ଏବଂ ରିଉମାଟୋଲୋଜି, ଅସ୍ଥିଶଲ୍ୟ, ସ୍ପାଇନାଲ୍‌ ସର୍ଜରୀ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ଆଦି ରହିଛି । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ, ଆଇସିୟୁ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+