ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପେଟ ସିଟି ସ୍କାନ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କଟକରେ ଥିବା ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ଲିନାକ ଭାବନକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ଭବନରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ।
କଟକ: କଟକରେ ଥିବା ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ଲିନାକ ଭାବନକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ଭବନରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ବହୁ ପ୍ରତୀକ୍ଷିତ ପେଟ୍ ସିଟି ସ୍କାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ମାଗଣାରେ ରୋଗୀ ପାଇ ପାରିବେ । ଏହା ସହିତ ଗବେଷଣା ପ୍ରତିଷ୍ଠାନର ୨୦୦ ଶହ ଶଯ୍ୟା ଏବଂ ୩୦ଟି ଆଇସିୟୁ ବେଡ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

ଅତ୍ୟାଧୁନିକ ଲିନାକ ଭବନର ପ୍ରଥମ ମହଲରେ ସିଟି ସ୍କାନ, ଦ୍ୱିତୀୟ ମହଲରେ ଏମଆରଆଇ ଏବଂ ସିଟି ସ୍କାନର ସୁବିଧା ଉପଲବ୍ଧ ରହିଛି। ୬ ମହଲା ବିଶିଷ୍ଟ ଏହି ଭବନରେ ସମସ୍ତ ସେବା ମାଗଣାରେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏହି ମେଗା ପ୍ରକଳ୍ପ ପାଇଁ ବହୁତଳ ୬ ମହଲା ବିଲ୍ଡିଂ ପାଇଁ ୩୮.୩୬ କୋଟି ସରକାର ମଞ୍ଜୁର କରିଥିଲେ। ଏହାର ପ୍ରଥମ ମହଲାରେ ପେଟ୍ ସିଟିସ୍କାନ୍, ଦ୍ୱିତୀୟରେ ସିଟି ସ୍କାନ ଏମ ଆର ଆଇ ରହିଛି। ସେହିପରି ୩ୟରେ ଆଇସିୟୁ, ୪, ୫ ଓ ୬ ମହଲରେ ବର୍ଦ୍ଧିତ ବେଡ୍ ଅନୁଯାୟୀ ୱାର୍ଡ କରାଯାଇଛି।
ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ''ସ୍ବାସ୍ଥ୍ୟ ଭିତ୍ତି ଭୂମି ଉପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପର୍ଯ୍ୟାୟକ୍ରମେ ସ୍ବାସ୍ଥ୍ୟ ଭିତ୍ତି ଭୂମି ଆଗଉଛି । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଲକ୍ଷ୍ୟ ସମସ୍ତେ ସୁସ୍ଥ ରୁହନ୍ତୁ । କେହିବି ଚିକିତ୍ସାରୁ ବଞ୍ଚିତ ହୁଅନ୍ତୁ ନାହିଁ । ଗୋଟିଏ ଗରିବ ଶ୍ରେଣୀର ବ୍ୟକ୍ତି ଯଦି କ୍ୟାନସରରେ ପୀଡିତ ହୁଏ ତେବେ ବହୁତ ଟଙ୍କା ଖର୍ଚ୍ଚ ହୁଏ । ଆଜି ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ ଉଦଘାଟନ ହେବାପରେ ରୋଗୀଙ୍କ ପାଇଁ ଏହା ବହୁ ସହାୟକ ହେବ । ରାଜ୍ୟ ସରକରାଙ୍କ ଗୋଟିଏ ଲକ୍ଷ୍ୟ ଓଡିଶାରେ ସ୍ବାସ୍ଥ୍ୟ ଭିତ୍ତି ଭୂମିକୁ ଆଗେଇ ନେବା ବୋଲି ଉଦଘାଟନି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।












Click it and Unblock the Notifications