ଷ୍ଟିଲ୍ ସିଟିରେ ପହଁଚିଲେ ମୁଖ୍ୟମନ୍ତ୍ରୀ, ଦେଖିବେ ଭାରତ-ସ୍ପେନ୍ ମ୍ୟାଚ୍
ଷ୍ଟିଲ୍ ସିଟିରେ ପହଁଚିଲେ ମୁଖ୍ୟମନ୍ତ୍ରୀ, ଦେଖିବେ ଭାରତ-ସ୍ପେନ୍ ମ୍ୟାଚ୍
ରାଉରକେଲା: ଷ୍ଟିଲ୍ ସିଟିରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୭ଟାରେ ଭାରତ-ସ୍ପେନର ମ୍ୟାଚ୍ ଦେଖିବେ ମୁଖ୍ୟମନ୍ତ୍ରୀ । ପ୍ରଥମେ ବିଶ୍ୱକପ ହକି ଭିଲେଜ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ଭାରତ ମ୍ୟାଚ୍ ଦେଖିବେ ନବୀନ ।

ଆଜି ଅପରାହ୍ଣ ୩ଟା ୪୫ରେ ଭୁବନେଶ୍ବରରୁ ବିମାନଯୋଗେ ଆସି ଅପରାହ୍ଣ୪ଟା ୪୫ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ବିଶ୍ୱକପ ହକି ଭିଲେଜ ଗସ୍ତ କରିଛନ୍ତି । ବିଶ୍ୱକପ ହକି ଗ୍ରାମରେ ରହିବେ ନବୀନ ପଟ୍ଟନାୟକ । ୬ଟା ୪୫ରେ ହକି ଗ୍ରାମରୁ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଯିବା ସହିତ ଭାରତ ଓ ସ୍ପେନ ମ୍ୟାଚକୁ ଉପଭୋଗ କରିବା କାର୍ଯ୍ୟକ୍ରମ ରହିଛି । ତେବେ ସିକିମ ମୁଖ୍ୟମନ୍ତ୍ରୀ ଓ ଏଫ୍ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ଭାରତର ମ୍ୟାଚ୍ ଥିବାରୁ ଷ୍ଟାଡିୟମରେ ଦର୍ଶକଙ୍କର ପ୍ରବଳ ଭିଡ଼ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications