ଦୁବାଇରେ ମୁଖ୍ୟମନ୍ତ୍ରୀ: ନିବେଶକଙ୍କୁ ଦେବେ ନିମନ୍ତ୍ରଣ, ଓଡିଶାରେ ହେବ ବିପୁଳ ପୁଞ୍ଜିନିବେଶ

ରୋମ ପରେ ଏବେ ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁବାଇରେ ପହଞ୍ଚି ସାରିଛନ୍ତି ତାଙ୍କ ଟିମ । ଆସନ୍ତା ୨୯ ରେ ଦୁବାଇରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ ।

ଭୁବନେଶ୍ବର: ରୋମ ପରେ ଏବେ ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁବାଇରେ ପହଞ୍ଚି ସାରିଛନ୍ତି ତାଙ୍କ ଟିମ । ଆସନ୍ତା ୨୯ ରେ ଦୁବାଇରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ । ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକ ପାଳନ ପୂର୍ବରୁ ଓଡ଼ିଶାକୁ ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ନବୀନ ।

CM Naveen Patnaik

ତେବେ ସ୍ଥିର ସରକାର, ସୁସ୍ଥ ଶିଳ୍ପ ନୀତି ଓ ନିବେଶ ଅନ୍ରକୂଳ ପରିବେଶ ଯୋଗୁଁ ଓଡ଼ିଶା ଦେଶବିଦେଶର ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି । ଆଇଟି, ପେଟ୍ରୋ କେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ଭିତ୍ତିଭୂମି, ଧାତବ ଶିଳ୍ପ, ବୟନ ଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନିବେଶ ନିମନ୍ତେ ଦେଶର ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏପରିକି କୋଭିଡ଼ ସମୟରେ ମଧ୍ୟ ଓଡ଼ିଶାକୁ ଆସିଛି ବିପୁଳ ପୁଞ୍ଜି। ଏହି ନିବେଶର ଆଉ ଏକ ଅଧ୍ୟାୟ ଏବେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏଥିପାଇିଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ନବୀନ ଆମନ୍ତ୍ରଣ କରିବେ। ସୌର ଶକ୍ତି କ୍ଷେତ୍ରରେ ବି ପୁଞ୍ଜି ନିବେଶର ଆଶା ରହିଛି। ସରକାରଙ୍କ ସିଙ୍ଗଲ ଉଇଣ୍ଡୋ ଯୋଗୁଁ କିପରି ଓଡ଼ିଶା ଏବେ ଇନଭେଷ୍ଟମେଣ୍ଟ ହବ୍‌ରେ ପରିଣତ ହୋଇଛି ସେ ନେଇ ବୁଝାଇ କହିବେ ନବୀନ। ଇନଭେଷ୍ଟର ମିଟ୍ ପରେ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ଆଲୋଚନା ବି କରିବେ । ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ ଟୁ ଓ୍ବାନ ପୂର୍ବରୁ ଅଧିକାରୀମାନେ ବିଭିନ୍ନ କର୍ପୋରେଟ କମ୍ପାନୀ ସହ ପୁଞ୍ଜିନିବେଶର ବାସ୍ତବତା, ସମ୍ଭାବନା ଓ ସୁଯୋଗ ଆଲୋଚନା କରି ଖସଡ଼ା ପ୍ରସ୍ତୁତ କରୁଛନ୍ତି ।

CM Naveen Patnaik

ଏକ ଆର୍ଥିର୍କ ଦୁର୍ବଳ ରାଜ୍ୟକୁ ସବଳ ରାଜ୍ୟରେ ପରିଣତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୫ରୁ ଯେଉଁ ପଦକ୍ଷେପ ନେଇଥ୍ଲେ ତାହା ଏକ ସମୃଦ୍ଧ ଗଠନ ନିମନ୍ତେ ପଥ ପରିଷ୍କାର କରିଥୁଲା। ନିଅଣ୍ଚିଆ ରାଜ୍ୟ ଓଡ଼ିଶା ୨୦୧୦ ବେଳକୁ ଆର୍ଥିର୍କ ଦୃଷ୍ଟିରୁ ସ୍ଵାବଲମ୍ବୀ ହେବାକୁ ସକ୍ଷମ ହୋଇଥିଲା ଏବଂ ରାଜ୍ୟ ସରକାର ସମତୁଲ ବଜେଟ୍‌ ପ୍ରସ୍ତୁତ କରିବାକୁ ସମର୍ଥ ହୋଇଥିଲେ। ମାତ୍ର ୨୦୧୦ ମସିହା ପରେ ରାଜ୍ୟରେ ଶିଳ୍ପାୟନର ଦୁତ ଯାତ୍ରା ଆରମ୍ଭ ହୋଇଥଲା। ୨୦୧୬ ଓ ୨୦୧୮ରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ବିପୁଳ ନିବେଶର ପଆ ସୁଗମ ହୋଇଥିଲା ।

ସେହିପରି କୋଭିଡ୍‌ ସମୟରେ ଓଡ଼ିଶାରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ବିଭିନ୍ନ ନିବେଶ ହୋଇ ପାରିଥିଲା । ଏହି ନିବେଶ ରାଜ୍ୟକୁ
ଆର୍ଥିକ ସଶକ୍ତ କରିବାରେ ଗୁରୁବ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଲକ୍ଷଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।ତେବେ ପୁଞ୍ଜିନିବେଶ ପାଇଁ ବଡ଼ ପ୍ଲାଟଫର୍ମ ସାଜିବ ମେକ ଇନ ଓଡ଼ିଶା କନକ୍ଲେଭ । ଏହାଦ୍ବାରା ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ବାଟ ଫିଟିବ । ୨୯ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ଯୋଗଦେବା ପରେ ୩୦ରେ ଦିଲ୍ଲୀରେ ପହଞ୍ଚିବେ । ସେହିଦିନ ରାତିରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+