ନୂଆ-ଓ କାର୍ଯ୍ୟକ୍ରମରେ ବଡ ଘୋଷଣା; ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି, ଉପକୃତ ହେବେ ୫ ଲକ୍ଷ ପିଲା
ଯାଜପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ବଡ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏଣିକି ପ୍ରତିବର୍ଷ ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ ।
+୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ଏନେଇ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି । କଲେଜର ୯୫% +୩ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି । ପ୍ରତିବର୍ଷ ଏହି ଛାତ୍ରବୃତ୍ତି ମିଳିବ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଏହି ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ ।
ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ମିଳିବ । ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତିk ପାଇବେ । ସେହିଭଳି ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ମଧ୍ୟ ଏହି ବୃତ୍ତି ପାଇବେ ।

ଆଜି ପାଣ୍ଡିଆନ ଯାଜପୁର ଜିଲ୍ଲା ଗସ୍ତରେ ଯାଇଥିବା ସମୟରେ ସେ ପ୍ରଥମ ପର୍ୟ୍ୟାୟରେ ଏନସି କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ ମହୋତ୍ସବରେ ସାମିଲ ହୋଇଥିଲେ । କଲେଜ ପଡ଼ିଆରେ ଜିଲ୍ଲାର ବିଭିନ୍ନ କଲେଜର ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସେହିପରି କୁସୁମା ପଡ଼ିଆରେ ମଧ୍ୟ ଭବ୍ୟ ଆୟୋଜନ କରାଯାଇଥିବା ବେଳେ ସେଠାରେ ୨୦ ହଜାର ଯୁବ କର୍ମୀ ସାମିଲ ହୋଇଥିଲେ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications