ରାଜ୍ୟବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Independence Day 2022 :CM Naveen Patnaik Greets State On The Eve of 75th Independence Day ରାଜ୍ୟବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ । ଦେଶର ଘରେ ଘରେ ତରଙ୍ଗାୟିତ ହେଉଛି ତ୍ରିରଙ୍ଗା । ରାଜ୍ୟବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବ ଆଉ ଗୌରବର ମୁହୂର୍ତ୍ତ । ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ଏବେ ବିକାଶର ବିଭିନ୍ନ କ୍ଷେତ୍ରରେ ଆଦର୍ଶ ସାଜିଛି । ଆସନ୍ତୁ ବିକାଶ ଧାରାକୁ ବଜାୟ ରଖିବା, ଶ୍ରେଷ୍ଠ ଓଡ଼ିଶା ଦିଗରେ ଏକ ହୋଇ ଆଗକୁ ବଢ଼ିବା ବୋଲି ଲେଖି ସ୍ୱାଧୀନତା ଦିବସ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଆଉ କିଛି ସମୟ ମଧ୍ୟରେ ନବୀନ ପଟ୍ଟନାୟକ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କରିବେ । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିବା ସହ ରାଜ୍ୟରେ 'ଅହିଂସା ରଥ'ର ରାଜ୍ୟବ୍ୟାପୀ ପରିକ୍ରମାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।













Click it and Unblock the Notifications